ବିଧାନସଭା ପ୍ରବେଶ କଲେ ନବ ନିର୍ବାଚିତ ବିଧାୟିକା ବର୍ଷା

ଭୁବନେଶ୍ୱର : ପ୍ରଥମଥର ପାଇଁ ବିଧାନସଭା ପ୍ରବେଶ କରିଚ୍ଛନ୍ତି ନବ ନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା I ପଦ୍ମପୁର ଉପ-ନିର୍ବାଚନରେ ଶାସକ ଦଳ ବିଧାୟିକା ଭାବରେ ନିର୍ବାଚିତ ହୋଇଛନ୍ତି ବର୍ଷା I ଆଜି ଗୃହ ଭିତରକୁ ପ୍ରବେଶ ପୂର୍ବରୁ ବିଧାନସଭା ବାହାରେ ମୁଣ୍ଡିଆ ମାରି ଗୃହ ଭିତରକୁ ବିଧାୟିକା ବର୍ଷା ବରିହା ବିଧାନସଭା ଭିତରକୁ ପ୍ରବେଶ କରିଥିବା ଦେଖିବାକୁ ମିଳିଛି ।

ପ୍ରଥମଥର ପାଇଁ ବିଧାନସଭା ଆସିବା ନେଇ ବହୁତ ଉତ୍ସାହିତ ଥିବା କହିଛନ୍ତି ବର୍ଷା ସିଂ ବରିହା । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଏହି ଗଣତନ୍ତ୍ରର ମନ୍ଦିରକୁ ଆସିବା ପାଇଁ ମତେ ସୁଯୋଗ ମିଳିଥିବାରୁ ମୁଁ ବହୁତ ଖୁସି । ଆମ ଅଞ୍ଚଳର ଯାହା ସବୁ ସମସ୍ୟା ରହିଛି ତାହାର ସମାଧାନ ପାଇଁ ଗୃହରେ ଉପସ୍ଥାପନା କରିବି ।

Govt

Comments are closed.