ସେପ୍ଟେମ୍ବର ଶେଷ ସୁଦ୍ଧା ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ

ଭୁବନେଶ୍ୱର : ସେପ୍ଟେମ୍ବର ସୁଦ୍ଧା ରାଜ୍ୟର ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ । ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ପୁରୁଣା କାର୍ଡରେ ଇ-କେୱାଇସି ଯାଞ୍ଚ ଅଗଷ୍ଟ ୨୨ରୁ ଆରମ୍ଭ ହୋଇଥିବା ବେଳେ ନୂଆ କାର୍ଡ ଆବେଦନ ମଧ୍ୟ ଜାରି ରହିଛି । ନୂଆ ରାସନକାର୍ଡ ପାଇଁ ଏବେ ସୁଦ୍ଧା ୯ଲକ୍ଷରୁ ଅଧିକ ଲୋକ ଆବେଦନ କରିଛନ୍ତି । ଏହାସହିତ ମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୪୪ଲକ୍ଷ ୩୭ହଜାର ଲୋକଙ୍କର ଇ-କେୱାଇସି ଅପଡେଟ ସରିଥିବା ବେଳେ ଅନ୍ୟମାନଙ୍କ ଯାଞ୍ଚ ଚାଲିଛି।

ସୂଚନା ଅନୁସାରେ ୧୦ଲକ୍ଷରୁ ଅଧିକ ହିତାଧିକାରୀ ରାସନ କାର୍ଡ ଅପେକ୍ଷାରେ ରହିଛନ୍ତି। ବର୍ତ୍ତମାନ ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧିନରେ ୯୨.୬୬ଲକ୍ଷ ପରିବାରର ୩ କୋଟି ୨୫ଲକ୍ଷ ୯୩ହଜାର ୮୭୫ଜଣ ହିତାଧିକାରୀ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩.୧୫ଲକ୍ଷ ପରିବାରର ୧୦.୦୨ଲକ୍ଷ ହିତାଧିକାରୀ ଉପକୃତ ହେଉଛନ୍ତି । ଏବେ ଏହି ଦୁଇଟି ଯୋଜନାରେ ସାମିଲ ହେବା ପାଇଁ ଆହୁରି ୯ ଲକ୍ଷ ଆବେଦନ ହୋଇଛି ।

Govt

Comments are closed.