ଜାତୀୟ ଜିମ୍ନାଷ୍ଟିକ ପ୍ରତିଯୋଗିତା ଉଦ୍‌ଯାପିତ

ଭୁବନେଶ୍ୱର : ଭୁବନେଶ୍ୱରର ମଞ୍ଚେଶ୍ୱରରେ ଥିବା ସମେଇ ଗଡ଼ିଆ ଅଞ୍ଚଳରେ ଜେଏମ ସ୍ପୋର୍ଟ୍ସ ଏକାଡେମୀ ଦ୍ୱାରା ଆୟୋଜିତ ୩ ଦିନିଆ ଓପେନ କଳିଙ୍ଗ ଆମତ୍ରଣ ଜାତୀୟ ଜିମ୍ନାଷ୍ଟିକ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଭୁବନେଶ୍ୱର ଜେଏମ ସ୍ପୋର୍ଟ୍ସ ତୃଣମୂଳସ୍ତରରେ ଜିମ୍ନାଷ୍ଟିକର ବିକାଶ ପାଇଁ ଦୀର୍ଘ ବର୍ଷ ହେଲା କାର୍ଯ୍ୟ କରି ଆସୁଛି । ଏହାକୁ ଆଖି ଆଗରେ ରଖି ଜିମ୍ନାଷ୍ଟିକ ଖେଳାଳିଙ୍କ ବିକାଶ ପାଇଁ ଚଳିତ ମାସ ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଆମନ୍ତ୍ରଣୀୟ ଓପନ ଜିମ୍ନାଷ୍ଟିକ ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା । ଯେଉଁଥିରେ ବିଭିନ୍ନ ବର୍ଗରେ ୮ ବର୍ଷ ରୁ ୧୭ ବର୍ଷ ପର୍ଯ୍ୟନ୍ତ ବାଳକ ଓ ବାଳିକା ପ୍ରତିଯୋଗି ଭାଗ ନେଇଥିଲେ ।

ଜାତୀୟ ଜିମ୍ନାଷ୍ଟିକ ପ୍ରତିଯୋଗିତା ଉଦ୍‌ଯାପିତ

ଜେଏମ ସ୍ପୋର୍ଟ୍ସ ଏକାଡେମୀ ଦ୍ୱାରା ଆୟୋଜିତ ପ୍ରତିଯୋଗିତାରେ ମହାରାଷ୍ଟ୍ର, ତାମିଲନାଡୁ, ବିହାର, ବେଙ୍ଗଲ, କେରଳ ଓ ମଧ୍ୟ ପ୍ରଦେଶ ସମେତ ବିଭିନ୍ନ ରାଜ୍ୟରୁ ଉଭୟ ବର୍ଗରେ ୨୫୦ ପ୍ରତିଯୋଗି ନିଜର ନାମ ପଞ୍ଜିକରଣ କରି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଉଭୟ ବାଳକ ଓ ବାଳିକା ବିଭାଗରେ ବେଙ୍ଗଲ ଦଳଗତ ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିବା ବେଳେ ୧୪ ଓ ୧୬ ବର୍ଷ ରୁ କମ ବର୍ଗ ରେ ଓଡିଶା ବାଳିକା ବିଭାଗ ଚାମ୍ପିଅନ ହୋଇଥଲେ । ଅଣ୍ଡର ୧୪ ଚାମ୍ପିଅନ୍‌ ସିପରେ ଜେଏମ୍‌ ରିତିକା ଦାସ ବିଜେତା ଘୋଷଣା ହୋଇଥିବା ବେଳେ ଅଣ୍ଡର ୧୬ରେ ଲକ୍ଷ୍ମିପ୍ରିୟା ସୁନ୍ଦରାୟ ବିଜୟୀ ହୋଇଛନ୍ତି । ୧୯ ତାରିଖ ସନ୍ଧ୍ୟାର ଉଦଯାପନ ଦିବସରେ ଭୁବନେଶ୍ୱରର ଉତ୍ତର ବିଧାୟକ ସୁଶାନ୍ତ ରାଉତ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଜେଏମ ସ୍ପୋର୍ଟ୍ସର ଜିମ୍ନାଷ୍ଟିକ ଖେଳାଳିଙ୍କ ବିକାଶ ପାଇଁ ନିର୍ମିତ ଇଣ୍ଡୋର ହଲକୁ ପରିଦର୍ଶନ କରିବା ସହିତ ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗିଙ୍କୁ ଉତ୍ସାହିତ କରି ବିଜେତା ଦଳଙ୍କୁ ଚାମ୍ପିଅନ ଟ୍ରଫି ପ୍ରଦାନ କରିଥିଲେ । ସେହିଭଳି ସମ୍ମାନିତ ଅତିଥି ଭାବେ ସ୍ଥାନୀୟ କର୍ପୋରେଟର ମନୁଶ୍ରୀ ଖୁଣ୍ଟିଆ, ଶିଳ୍ପପତି ସତ୍ୟଜିତ ପଟ୍ଟନାୟକ, ଇତିଶ୍ରୀ ସାମଲ ଓ ଆନ୍ତର୍ଜାତିକ ଆଥଲେଟ ପ୍ରଣତି ମିଶ୍ର ଉପସ୍ଥିତ ରହି ଭାଗ ନେଇଥିବା ପ୍ରତିଯୋଗୀଙ୍କୁ ଉଦ୍‌ବୋଧନ ଦେଇଥିଲେ । ଏହି ପ୍ରତିଯୋଗିତାକୁ ସଫଳତାର ସହିତ ଆୟୋଜନ କରିବା ପାଇଁ ଜେଏମ ସ୍ପୋର୍ଟ୍ସର ଅଧ୍ୟକ୍ଷା ମୀରାରାଣୀ ଦାସ ଓ ସଂପାଦକ ଯଶୋବନ୍ତ ଦାସଙ୍କ ସମେତ ସଂଘଠନର ସଦସ୍ୟ ସ୍ୱାଗତିକା ମୁଦୁଲି, ସୁବ୍ରତ ମହାପାତ୍ର, ପ୍ରଦୀପ ସାହୁ ଓ ଅଶୋକ ସାହୁ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରି ସହଯୋଗ କରିଥିଲେ ।

ଜାତୀୟ ଜିମ୍ନାଷ୍ଟିକ ପ୍ରତିଯୋଗିତା ଉଦ୍‌ଯାପିତ

ଜେଏମ ସ୍ପୋର୍ଟ୍ସର ଅଧ୍ୟକ୍ଷା ମୀରାରାଣୀ ଦାଶ ଓ ବଡ଼ଚଣା ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷା ଇତିଶ୍ରୀ ସାମଲ, ବିଜେଡ଼ିର ଜଣାଶୁଣା ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଭୁବନେଶ୍ୱର ସ୍ଥିତ ବାସଭବନରେ ସାକ୍ଷାତ କରିଥିଲେ । ତୃଣମୂଳସ୍ତରରେ ଜିମ୍ନାଷ୍ଟିକ୍‌ ଖେଳାଳିଙ୍କ ବିକାଶ ପାଇଁ ଆଲୋଚନା ହୋଇଥିଲା । ପରେ ବିଧାୟକ ପ୍ରଣବ ପ୍ରକାଶ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି । ଜେଏମ ସ୍ପୋର୍ଟ୍ସ ଦ୍ୱାରା ଚାଲିଥିବା ପ୍ରତିଯୋଗିତା ଓ ଆଗକୁ ହେବାକୁଥିବା ଜିମ୍ନାଷ୍ଟିକ୍‌ର ଉନ୍ନୟନମୂଳକ କାର୍ଯ୍ୟ ଓ ପ୍ରତିଯୋଗିତା ପାଇଁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ବିଧାୟକ ପ୍ରଣବ ପ୍ରକାଶ ଦାସ ପ୍ରତିଶ୍ରୁତି ଦେଇଛନ୍ତି ।

Comments are closed.