ବ୍ରାଜିଲ: ଭାରତରେ ଏବେ ବିବାହ ସିଜିନ ଚାଲିଛି । ସୋସିଆଲ ମିଡିଆରେ ବିବାହ ସହ ଜଡ଼ିତ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବା ମଧ୍ୟ ଆରମ୍ଭ ହୋଇଯାଇଛି । ଏହି କ୍ରମରେ ଏକ ଅଜବ ବିବାହର ଫଟୋ ଇଣ୍ଟରନେଟ୍ରେ ଚର୍ଚ୍ଚାର ବିଷୟ ପାଲଟିଛି । ଯେଉଁଥିରେ ଜଣେ ବ୍ୟକ୍ତି ଏକ ନୁହେଁ କି ଦୁଇଟି ନୁହେଁ ବରଂ ୯ ଜଣ ଯୁବତୀଙ୍କୁ ଏକାସଙ୍ଗେ ବିବାହ କରିଛନ୍ତି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ବ୍ୟକ୍ତିଙ୍କୁ ଏପରି କରିବା ପାଇଁ ତାଙ୍କ ପ୍ରଥମ ସ୍ତ୍ରୀ ହିଁ ପ୍ରୋତ୍ସାହିତ କରିଛନ୍ତି ।
ମିଡିଆର ରିପୋର୍ଟ ଅନୁଯାୟୀ, ବ୍ରାଜିଲର ସାଓପାଓଲୋରେ ଏହି ନିଆରା ବିବାହ ଅନୁଷ୍ଠିତ ହୋଇଯାଇଛି । ବ୍ରାଜିଲରେ ରହୁଥିବା ଏହି ବ୍ୟକ୍ତିଙ୍କ ନାମ ଆର୍ଥର ଏବଂ ସେ ପେଶାରେ ଜଣେ ମଡେଲ୍ । ତେବେ ୯ ଯୁବତୀଙ୍କୁ ବିବାହ କରିବା ପଛର କାରଣ ମଧ୍ୟ ବହୁତ ଅଜବ । ଆର୍ଥର ଏବଂ ତାଙ୍କ ପ୍ରଥମ ପନିୀଙ୍କ କହିବା ଅନୁଯାୟୀ ଏପରି କରି ସେ ମାଗଣାରେ ପ୍ରେମ ବାଣ୍ଟିବେ । ଆର୍ଥର ଏହା ପୂର୍ବରୁ ଲୁଆନା କଜାକି ନାମକ ମହିଳାଙ୍କ ସହ ବିବାହ କରିଥିଲେ । ନିକଟରେ ଉଭୟ ବିଦେଶ ଭ୍ରମଣରୁ ଫେରି ଏପରି ଅଜବ ନିଷ୍ପତ୍ତି ନେଇଥିଲେ । ଏହାପରେ ଆର୍ଥର ଅନ୍ୟ ମହିଳାଙ୍କ ସହ ବିବାହ କରିଥିଲେ । ସାଓପାଓଲୋର ଏକ ଚର୍ଚ୍ଚରେ ଏହି ଅଜବ ବିବାହ ଅନୁଷ୍ଠିତ ହୋଇଯାଇଛି । ଆର୍ଥର ଏବଂ ତାଙ୍କ ପ୍ରଥମ ପନିୀଙ୍କ ଏହି ଅଜବ ନିଷ୍ପତ୍ତି ଏବେ ସାରା ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Comments are closed.