ପୃଥିବୀର ବୃକକ

ଏଭଳି ଅନେକ କାରଣ ରହିଛି ଯାହା ପୃଥିବୀର ସୁରକ୍ଷା ଉପରେ ପ୍ରଭାବ ପକାଇଥାଏ । ଜଙ୍ଗଲ କ୍ଷୟ କିମ୍ବା ମୃତ୍ତିକାକ୍ଷୟ ବିଷୟରେ ସମସ୍ତେ ଜାଣିଥିବେ ହେଲେ ଆର୍ଦ୍ରଭୂମି ସମ୍ବନ୍ଧରେ ଖୁବ୍‌ କମ ଲୋକ ଜାଣିଥିବେ । ଆର୍ଦ୍ରଭୂମିର ଅନ୍ୟନାମ ବୃକକ୍‌ । ଏହାର ପ୍ରଭାବ ପୃଥିବୀ ଉପରେ ଢେର ଅଧିକା ରହିଛି । ସମସ୍ତ ଅନ୍ୟ ପ୍ରାକୃତିକ ଉତ୍ସ ଭଳି ଏହାର ମଧ୍ୟ ସୁରକ୍ଷା ଆବଶ୍ୟକ । ପୃଥିବୀର ଫୁସ୍‌ଫୁସ୍‌ କହିଲେ ଅରଣ୍ୟକୁ ବୁଝାଇଥାଏ ସେହିଭଳି ପୃଥିବୀର ବୃକକ୍‌ କହିଲେ ଆର୍ଦ୍ର ଭୂମିକୁ ବୁଝାଇଥାଏ । ତେଣୁ ପୃଥିବୀ ସୁରକ୍ଷିତ ରହିବା ପାଇଁ ବଣଜଙ୍ଗଲ ସହ ଆର୍ଦ୍ର ଭୂମିର ଗୁରୁତ୍ୱ ମଧ୍ୟ ଅଧିକା । ଏହି ବୃକକ୍‌ ସହାୟତାରେ ପୃଥିବୀର ନିଶ୍ୱାସ ଛାଣିହୋଇଥାଏ । ଏହା ପୃଥିବୀରେ ମିଳୁଥିବା ମଧୁର ଜଳର ପ୍ରାଥମିକ ଉତ୍ସ ହେବା ସହିତ ବିଭିନ୍ନ ପୋଷକ ତତ୍ୱ ସହିତ କେମିକାଲକୁ ରିସାଇକେଲ୍‌ ମଧ୍ୟ କରିଥାଏ । ଯେଉଁ ସ୍ଥାନରେ ଜଳର ସ୍ତର ସମତଳ ସହ ସମାନ ରହିଥାଏ ସେହିସ୍ଥାନରେ ଆର୍ଦ୍ର ଭୂମି ସୃଷ୍ଟି ହୋଇଥାଏ । ଏହାକୁ ଜୈବ ବିବିଧତାର ‘ହଟ୍‌ ସ୍ପଟ୍‌ ’ ବୋଲି ମଧ୍ୟ ସମ୍ବୋଧନ କରନ୍ତି । ଏହି ଆର୍ଦ୍ରଭୂମି କହିଲେ ଏକ ସନ୍ତସନ୍ତିଆ ଅଞ୍ଚଳ ଯାହା ଘାସ ଦ୍ୱାରା ଆଚ୍ଛାଦିତ ହେବା ସହିତ ସମସ୍ତ ଜୀବଜନ୍ତୁଙ୍କ ଆବାସସ୍ଥଳୀ ହୋଇଥାଏ । ଏହି ପରିସଂସ୍ଥା ଋତୁ ଅନୁଯାୟୀ କିମ୍ବା ସ୍ଥାୟୀ ଭାବରେ ଜଳ ଦ୍ୱାରା ପରିଚାଳିତ ।

ମାନବ ସମାଜ, ପ୍ରାଣୀ ଓ ଉଦ୍ଭିଦ ସମସ୍ତଙ୍କ ଜୀବନରେ ଏହାର ଭୂମିକା ବେଶ୍‌ ରହିଛି । ଆର୍ଦ୍ରଭୂମି ବିଭିନ୍ନ ସାମୁଦ୍ରିକ ସମସ୍ୟାରୁ ପୃଥିବୀକୁ ସୁରକ୍ଷା ଦେଇଥାଏ । ଏଥିରେ ବାସ କରୁଥିବା ଜୈବ ବିବିଧତା ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ଏଥିରେ ବାସ କରୁଥିବା ପ୍ରାଣୀ ସ୍ୱତନ୍ତ୍ର ଓ ନିଆରା ହୋଇଥାଆନ୍ତି । ବିଭିନ୍ନ ପ୍ରଜାତି ଯେପରି ମାଛ,ପକ୍ଷୀ, କୀଟ ଓ ସରୀସୃପଙ୍କର ଅଣ୍ଡା ଦେବା ସହ ଛୁଆଙ୍କୁ ବଡ କରିବା ପାଇଁ ଏହି ସ୍ଥାନ ଉପଯୁକ୍ତ ହୋଇଥାଏ । ଏହି ସ୍ଥାନ କେବଳ ଯେ ଜୈବ ବିବିଧତା ପାଇଁ ଉପଯୋଗୀ ତାହା ନୁହେଁ, ଏଥିରେ ଅନେକ ଗୁଳ୍ମ, ତୃଣ ଓ ଔଷଧୀୟ ବୃକ୍ଷ ମଧ୍ୟ ବଞ୍ଚିଥାଆନ୍ତି ।

Launching Ceremony of “AYUSHMAN BHARAT

Comments are closed.