ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ୧୭ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହା ମଧ୍ୟରେ ଅନୁଗୁଳ ଜିଲ୍ଲାରେ ୨ଟି ପାଇପ୍ ଲାଇନ୍ ଜଳ ଯୋଗାଣ ପ୍ରକଳ୍ପକୁ ଅନୁମତି ମିଳିଛି। ଅନ୍ୟପଟେ ରାଜ୍ୟର ସୁକ୍ଷ୍ମ ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ (MSME) ଶିଳ୍ପ ପାଇଁ ନୂଆ ନୀତି ଆସିଛି।
ସେହିପରି କ୍ୟାବିନେଟ୍ ବୈଠକରେ ୟୁପି ସ୍କୁଲ ଶିକ୍ଷକଙ୍କ ଗ୍ରାଣ୍ଟ-ଇନ୍-ଏଡ୍ ଅବଧି ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି I୨୦୨୧ ଡିସେମ୍ବର ୩୧ସୁଦ୍ଧା ଶତପ୍ରତିଶତ ଗ୍ରାଣ୍ଟ ଇନ୍ ଏଡ୍ (ଅନୁଦାନ) ପାଉଥିବା ସମସ୍ତ ବେସରକାରୀ ହାଇସ୍କୁଲ, ମଇ ସ୍କୁଲ ଓ ମାଦ୍ରାସାର ଶିକ୍ଷକ ଓ କର୍ମଚାରୀମାନେ ଏଣିକି ସପ୍ତମ ବେତନ ହାରରେ ଦରମା ପାଇବେ । ୨୦୨୨ ଜାନୁୟାରୀ ପହିଲାରୁ ଏହି ବର୍ଦ୍ଧିତ ଦରମା ସେମାନଙ୍କୁ ମିଳିବ ।
ସେହିପରି ମହିଳାଙ୍କୁ ଛତୁ, ଫୁଲ, ଆଳୁ, ପନିପରିବା ଓ ମସଲା ଆଦି ଚାଷ ନିମନ୍ତେ ପ୍ରୋତ୍ସାହିତ କରିବା ପାଇଁ ସରକାର ଗୋଟିଏ ୫ବର୍ଷିଆ ଓ ଗୋଟିଏ ୩ବର୍ଷିଆ ଯୋଜନାରେ ମୋଟ ପ୍ରାୟ ୧୫୦୦କୋଟି ଟଙ୍କା ବ୍ୟୟ କରିବେ । ରାଜ୍ୟ କ୍ୟାବିନେଟ ଆଜି ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି । ଓଡ଼ିଶା ମେଡିକାଲ ସେବା ନିଯୁକ୍ତି ସର୍ତ୍ତାବଳୀରେ ସଂଶୋଧନ । ଓଡ଼ିଶା ମିନିଷ୍ଟରିଆଲ ସର୍ଭିସ ନିଯୁକ୍ତି ନିୟମରେ ସଂଶୋଧନ । ପ୍ଲସ-୨ ଶିକ୍ଷାରେ ସ୍ୱତନ୍ତ୍ର ବିଶେଷଜ୍ଞ ନିଯୁକ୍ତି ପାଇଁ ସ୍ୱତନ୍ତ୍ର ନୀତି ।
ଅନ୍ୟପଟେ ଭୁବନେଶ୍ୱରରୁ ଦୁବାଇ, ସିଙ୍ଗାପୁର, ବ୍ୟାଙ୍କକକୁ ବିମାନ ସେବାକୁ କାର୍ଯ୍ୟକାରୀ କରାଯିବ । ବିଶ୍ୱବ୍ୟାଙ୍କ ସହାୟତାରେ ରାଜ୍ୟରେ କାର୍ଯ୍ୟକାରୀ ହେବ ଓଏସସିଆରଜିପିପି(OSCRGPP)ଦୁର୍ବିପାକ ନିରୋଧୀ ଦକ୍ଷତା ବୃଦ୍ଧି ପାଇଁ କାର୍ଯ୍ୟକ୍ରମ।
ଏହା ସହିତ ଅନୁଗୁଳ ଜିଲ୍ଲାରେ ୨ଟି ପାଇପ ଜଳ ଯୋଗାଣ ପ୍ରକଳ୍ପକୁ ମିଳିଛି ମଞ୍ଜୁରୀ । ୧୬୮୭ ଟି ସ୍ଥାନରେ ବିଏସଏନଏଲକୁ ୨ ହଜାର ବର୍ଗଫୁଟର ହେବ ୩୦ ବର୍ଷୀୟା ଲିଜ୍ । ଏହାଦ୍ୱାରା ଉପକୃତ ହେବେ ୧୭୯୨ଟି ଅପହଞ୍ଚ ଗାଁର ଲୋକେ । ଲିଜ୍ ବିବାଦରେ ବର୍ଷକୁ ୧ ଟଙ୍କାର ଟୋକନ ମନି ଦେବ ବିଏସଏନଏଲ । ଗଞ୍ଜାମ ହିଞ୍ଜିଳିକାଟୁରେ ଶଙ୍କର ନେତ୍ରାଳୟ ଖୋଲିବ ଶାଖା । ନେତ୍ରାଳୟ ଜମିର ଖଜଣା ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ । ଲଘୁ ଖଣିଜ ସମ୍ପଦ ଅଧିନିୟମରେ ହେବ ସଂଶୋଧନ ।

Comments are closed.