ସାଧାରଣତଃ ଜୁଲାଇ ମାସରେ ବର୍ଷା ଆରମ୍ଭ ହୋଇଯାଏ, ଯାହାଫଳରେ ଏହି ମାସରେ କମ ଗରମ ଲାଗିଥାଏ । ହେଲେ ନାସାର ସଦ୍ୟତମ ରିପୋର୍ଟ ଅନୁସାରେ ୨୦୨୩ର ଜୁଲାଇ ମାସ ସବୁଠାରୁ ଗରମ ମାସ । ଯାହା ୧୦୦ ବର୍ଷର ରେକର୍ଡ ଭାଙ୍ଗିପାରେ ବୋଲି ନାସାର ବୈଜ୍ଞାନିକ ଆଶଙ୍କା ପ୍ରକାଶ କରିଛନ୍ତି ।ଏହି ମାସରେ ବିଶ୍ୱର କୌଣସି ନା କୌଣସି ଦେଶରେ ସବୁଦିନ ରେକର୍ଡଭଙ୍ଗା ଗରମ ଅନୂଭୁତ ହୋଇଛି । ଏ ସମ୍ପର୍କରେ ୟୁରୋପିଆନ ୟୁନିଅନ ଓ ମେନ ୟୁନିଭର୍ସିଟିରେ ହୋଇଥିବା ଏକ ଷ୍ଟଡିରେ ଜଣା ପଡିଛି । ଏହି ଗବେଷଣା ସମୟରେ ଗ୍ରାଉଣ୍ଡ୍ ଓ ସାଟେଲାଇଟରେ ଥିବା ତଥ୍ୟକୁ ନେଇ ଷ୍ଟଡି କରାଯାଇଥିଲା । ଯେଉଁଥିରେ ହିଟୱେଭ ସମ୍ପର୍କତ ଅନେକ ତଥ୍ୟ ମିଳିଛି । ଜଳବାୟୁରେ ତୀବ୍ର ପରିବର୍ତ୍ତନ ଏହାର କାରଣ ବୋଲି ବୈଜ୍ଞାନିକ ମତ ଦେଇଛନ୍ତି । ଯେଉଁ କାରଣରୁ ପୃଥିବୀର ତାପମାତ୍ରା ଲଗାତାର ବଢିବାରେ ଲାଗିଛି । ଏହାକୁ ବୈଜ୍ଞାନିକ ଭାଷାରେ ଅଲ୍ ନିନୋ କୁହାଯାଉଛି, ଯେଉଁ କାରଣରୁ ତାପମାତ୍ରାରେ ବୃଦ୍ଧି ଘଟୁଛି । ଅଲ୍ନିନୋ ଏକ େୱଦର ଟ୍ରେଣ୍ଡ୍ ଯାହା କିଛି ବର୍ଷ ମଧ୍ୟରେ ଥରେ ଦେଖାଯାଇଥାଏ । ଏହା ପ୍ରଶାନ୍ତ ମହାସାଗରରେ ହୋଇଥାଏ । ଏହି ପ୍ରକ୍ରିୟାରେ ଇଷ୍ଟ ପାସଫିକ୍ ଓସେନର ପାଣିର ଉପର ସ୍ତର ଗରମ ହୋଇଥାଏ । ତେବେ ବର୍ତ୍ତମାନ ଏହାର ପ୍ରଭାବ କମ ରହିଛି ଆଗକୁ ଏହା ଆହୁରି ବଢିବ ବୋଲି ସେମାନେ ଆଶଙ୍କା କରିଛନ୍ତି । ସମୁଦ୍ରର ଉପରସ୍ତରର ପାଣି ଖୁବଶୀଘ୍ର ଗରମ ହେବାରେ ଲାଗିଛି । ଏହାର କାରଣ ଅଙ୍ଗାରକାମ୍ଳ ପରିମାଣରେ ବୃଦ୍ଧି । ଯାହା ପୃଥିବୀରେ ହେଉଥିବା ଅନେକ ମନୁଷ୍ୟକୃତ କାରଣରୁ ହେଉଛି । ଆମେ ଜାଳୁଥିବା ଫସିଲ୍ ଫୁଏଲରୁ ସବୁଠାରୁ ଅଧିକ ଅଙ୍ଗାରକାମ୍ଳ ନିର୍ଗତ ହେଉଛି । ଯାହା ଜଳିବା ଦ୍ୱାରା ବାୟୁମଣ୍ଡଳର ତାପମାତ୍ରା ବଢୁଛି । ଏହି ବଢୁଥିବା ଗରମ ବର୍ତ୍ତମାନ ବିଶ୍ୱର ଏକ ପ୍ରମୁଖ ସମସ୍ୟା ପାଲଟିଛି । ପରିବେଶବିତ୍ ମାନଙ୍କ ମତରେ ଯଦି ଏହାକୁ ରୋକିବାକୁ ତୁରନ୍ତ ପଦକ୍ଷେପ ନିଆ ନଯାଏ ତେବେ ଏହି ସମସ୍ୟା ବଢିବାରେ ଲାଗିବ ଯାହା ବେଶ ଭୟାବହ ହେବ
Comments are closed.