ଆଜିଠୁ ଆରମ୍ଭ ହେଲା ପବିତ୍ର ରମଜାନ ମାସ,ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେଉଛି ମୁସଲମାନଙ୍କ ପବିତ୍ର ରମଜାନ ମାସ । ଏ ନେଇ ମୁଖ୍ୟମନ୍ତ୍ରୀ ସମସ୍ତ ମୁସଲମାନ ଭାଇ ଓ ଭଉଣୀମାନଙ୍କୁ ରମଜାନର ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଶାନ୍ତି, ସମୃଦ୍ଧତା ଏବଂ ଉତ୍ତମ ସ୍ୱାସ୍ଥ୍ୟର କାମାନା କରିଛନ୍ତି। ଏହାସହ ରମଜାନ ମୁବାରକ ବୋଲି ମୁଖ୍ୟମନ୍ତ୍ରୀ ଟ୍ବିଟ କରି କହିଛନ୍ତି।

ମୁସଲିମ ବିଧି ଅନୁସାରେ ବୁଧବାର ଥିଲା ଶାବାନ ମାସର ୨୯ ତମ ଦିନ । ଗୁରୁବାରଠାରୁ ରମଜାନ ଆରମ୍ଭ ହୋଇଥାନ୍ତା । ତେବେ ପ୍ରତିକୂଳ ପାଗ ଯୋଗୁ ଚନ୍ଦ୍ର ଦେଖାନଯିବାରୁ ଆଜିଠୁ ରମଜାନ ମାସ ଆରମ୍ଭ ହେଉଛି । ରମ୍ଜାନ ମାସରେ ମାନସିକ କରି ‘ରୋଜା’ (ଉପବାସ) ରଖିଥାନ୍ତି ମୁସଲମାନ ଭାଇ ଓ ଭଉଣୀମାନେ I ରୋଜା ରେ ସାରା ଦିନ ଉପବାସ ରହି ସନ୍ଧ୍ୟାରେ ଉପବାସ ଭାଙ୍ଗନ୍ତି I ରମଜାନ ମାସରେ ମସଜିଦ ମାନଙ୍କରେ ସମୁହ ନମାଜ ପାଠ ଅନୁଷ୍ଠିତ ହେବ। ରମଜାନ ମାସରେ ଉପବାସ ରଖି ଦାନଧର୍ମ କଲେ ପୂଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି । ରମଜାନ ମାସକୁ ନଜରରେ ରଖି ମସଜିଦରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Govt

Comments are closed.