ଦିଲ୍ଲୀ: ବି୍ରଟେନ୍ର କିମ୍ବଦନ୍ତୀ ମହାରାଣୀ ଦ୍ୱିତୀୟ ଏଲିଜାବେଥ୍ଙ୍କ ଗତକାଲି ବିଳମ୍ବିତ ରାତ୍ରିରେ ୯୬ ବର୍ଷ ବୟସରେ ନିଧନ ହୋଇଛି । ଗତବର୍ଷ ଅକ୍ଟୋବର ମାସଠାରୁ ସେ ଅସୁସ୍ଥ ଥିଲେ ଓ ରାଜଧାନୀ ଲଣ୍ଡନ ଛାଡ଼ି ସେ ସ୍କଟଲ୍ୟାଣ୍ଡରେ ରହୁଥିଲେ ।
ବିଳମ୍ବତି ରାତ୍ରିରେ ହଠାତ୍ ତାଙ୍କ ଦେହ ଅସୁସ୍ଥ ହୋଇଯିବାରୁ ଲଣ୍ଡନରୁ ତାଙ୍କ ପରିବାର ସ୍କଟଲ୍ୟାଣ୍ଡରେ ପହଞ୍ଚିଥିଲେ । ଆଜି ରାଜଧାନୀ ଲଣ୍ଡନକୁ ମହାରାଣୀ ମରଶରୀର ରାଜକୀୟ ସମ୍ମାନ ସହିତ ଅଣାଯିବ ।
ତେବେ ତାଙ୍କ ପରେ ମହାରାଣୀଙ୍କ ବଡ଼ ପୁତ୍ର ପି୍ରନ୍ସ ଚାର୍ଲସ୍ ରାଜଗାଦିରେ ବରାଜମାନ ହେବେ । ଅନ୍ୟପଟରେ ଲଣ୍ଡନର ବଙ୍କିହାମ୍ ପ୍ୟାଲେସ୍ରେ ଗାର୍ଡ ପରିବର୍ତ୍ତନ ପରମ୍ପରାକୁ ବନ୍ଦ କରାଯାଇଛି । ବି୍ରଟେନ୍ ପ୍ରଧାନମନ୍ତ୍ରୀ ଲିଜ୍ ଡ୍ରସ୍, ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସମତେ ବହୁ ରାଷ୍ଟ୍ରର ପ୍ରତିଭାଶାଳୀ ବ୍ୟକ୍ତିମାନେ ତାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ପ୍ରାୟ ୭ ଦଶନ୍ଧିଠାରୁ ଅଧିକ କାଳ ହେବ ସେ ଦେଶ ଓ ନିଜ ନାଗରିକଙ୍କ ସେବା କରିଆସୁଥିଲେ ।
ମହାରାଣୀ ଏଲିଜାବେଥଙ୍କ ଜନ୍ମ ୧୯୨୬ ଏପ୍ରିଲ ୨୧ରେ ଲଣ୍ଡନଠାରେ ହୋଇଥିଲା । ନୌସେନା ଅଧିକାରୀ ମାଉଣ୍ଟ ବ୍ୟାଟେନଙ୍କ ସହ ତାଙ୍କର ବିବାହ ହୋଇଥିଲା । ତାଙ୍କର ୪ ସନ୍ତାନ ପ୍ରିନ୍ସ ଚାର୍ଲସ, ପ୍ରିନ୍ସ ଆନି, ପ୍ରିନ୍ସ ଆଣ୍ଡ୍ର୍ୟୁ ଏବଂ ପ୍ରିନ୍ସ ଏଡୱାର୍ଡ ଅଛନ୍ତି । ୨୦୨୧ ଏପ୍ରିଲରେ ସ୍ୱାମୀ ଫିଲିପଙ୍କ ୯୯ ବର୍ଷ ବୟସରେ ମୃତ୍ୟୁ ହୋଇଥିଲା ।
୧୯୫୨ରେ ପିତା ଜର୍ଜ ସିକ୍ସଥଙ୍କ ମୃତ୍ୟୁ ପରେ ୨୫ ବର୍ଷ ବୟସରେ ରାଜ ସିଂହାସନରେ ବସିଥିଲେ ରାଣୀ ଏଲିଜାବେଥ୍ । ସେ ବ୍ରିଟେନ୍ ସମେତ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, କାନାଡା, ଆଣ୍ଟିଗୁଆ, ବର୍ମୁଡା, ବାହାମସ୍, ବ୍ରାଜିଲ, ସେଣ୍ଟ ଲୁସିଆ ଓ ସେଣ୍ଟ ଭିନସେଣ୍ଟ ଭଳି ୧୫ଟି ଦେଶର ରାଣୀ ଥିଲେ । କୁହାଯାଏ ବିଶ୍ୱର ସର୍ବ ପୂରାତନ ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ବ୍ରିଟେନ୍ର ରାଜ ପରିବାରର ବଡ଼ ଭୂମିକା ରହିଛି ।

Comments are closed.