ସିନେମା ‘କଞ୍ଜୁରିଂ’ ସମସ୍ତଙ୍କୁ ଡରାଇଥାଏ, ଏଥିରେ ଥିବା ଘରେ କେହି କେବେ ରହିବା କଥା ଭାବିବେ ବି ନାହିଁ । ହେଲେ ବାସ୍ତବ ଦୁନିଆରେ ଯେଉଁ ଘର ପ୍ରେରଣାରେ କଞ୍ଜୁରିଂ ସିନେମା ନିର୍ମାଣ କରାଯାଇଥିଲା ସେହି ଘର ବର୍ତ୍ତମାନ ବିକ୍ରି ହୋଇଛି । ଘରଟି ବିକ୍ରି ହେବା ସହିତ ଏହାର ଦାମ ସମସ୍ତଙ୍କୁ ଚକିତ କରିଛି । ଘରଟି ୧.୫୨୫ ଡଲାର ଅର୍ଥାତ ୧୧ କୋଟିରେ ବିକ୍ରି ହୋଇଛି । ୟୁଏସ୍ରେ ଥିବା ଏହି ଫାର୍ମହାଉସ ୧୮ଶହ ଶତାବ୍ଦିର ।

ଏହାକୁ ଜଣେ ମହିଳା କିଣିଥିବାବେଳେ ସେ ଭୂତକୁ ଡରନ୍ତି ନାହିଁ ବୋଲି ପ୍ରକାଶ କରିଛନ୍ତି । ଏନେଇ ଘରର ପୂର୍ବମାଲିକ ଫେସ୍ବୁକ୍ରେ ସୂଚନା ଦେଇଛନ୍ତି, ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ତେବେ ଏହାକୁ କିଣିଥିବା ମହିଳା ଏହି ଘରେ ଆଗକୁ ଅଦୃଶ୍ୟଶକ୍ତି ଉପରେ କିଛି ଗବେଷଣା କରିବେ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି । ଏଥିରେ ଗେଷ୍ଟମାନଙ୍କୁ ରାତି ସମୟରେ ଅଲୌକିକ ଶକ୍ତିକୁ ନେଇ ତର୍ଜମା କରିବାକୁ ସୁଯୋଗ ଦିଆଯିବା ସହ, ଦିନରେ ମଧ୍ୟ ବୁଲିବାକୁ ସୁଯୋଗ ଦିଆଯିବ ।

ସେହିଭଳି ସମସ୍ତ ଇଭେଣcର ଲାଇଭଷ୍ଟ୍ରିମ୍ ହେବ ବୋଲି ମଧ୍ୟ ନୂଆ ମାଲିକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହ ଏସମସ୍ତ କାର୍ଯ୍ୟକ୍ରମରେ ଘରଟିର ପୁରୁଣା ମାଲିକ ମଧ୍ୟ ସାମିଲ ରହିବେ ବୋଲି ଜଣାପଡିଛି ।

Comments are closed.