ନୁଆଁଖାଇ ଉପଲକ୍ଷେ ୨ ଦିନିଆ ସମ୍ବଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଏହି ଅବସରରେ ୨ ଦିନିଆ ସମ୍ବଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ I ସମ୍ବଲପୁର ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ମା’ ସମଲେଶ୍ୱରୀଙ୍କ ଦର୍ଶନ ସାରି ସିଏମ୍ କିଶାନ୍ ଯୋଜନାର ଶୁଭାରମ୍ଭ କରିବେ । ଉକ୍ତ ଦିନରେ ନୂଆଖାଇ ଭେଟଘାଟରେ ଯୋଗଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସେଥିପାଇଁ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି । ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ୫ଟି କାର୍ଯ୍ୟକ୍ରମରେ ଯୋଗ ଦେବାର ସୂଚନା ମିଳିଛି ।

ଅନ୍ୟପଟେ ନୂଆଁଖାଇ ପାଇଁ ମା’ ସମଲେଶ୍ୱରୀଙ୍କ ନୂତନ ସିନ୍ଦୁର ଲାଗି ନୀତି ସମ୍ପନ୍ନ ହୋଇଛି । ଶୁକ୍ରବାର ପ୍ରଥମେ ଶ୍ରୀ ଗଣେଶଙ୍କୁ ଆବାହନ କରି ପୂଜାର୍ଚ୍ଚନା ପରେ ମା’ ସମଲେଶ୍ୱରୀଙ୍କ ମନ୍ଦିରର ଚତୁଃପାର୍ଶ୍ବରେ ରହିଥିବା ୧୧୫ ଦେବଦେବୀଙ୍କୁ ନୂତନ ସିନ୍ଦୁର ଲାଗି କରାଯାଇଥିଲା । ପୂଜକମାନେ ଏହି ନୀତି ମିଳିତ ଭାବରେ ସମ୍ପନ୍ନ କରିଥିଲେ।

Govt

Comments are closed.