ଦୁନିଆରେ ଗୋଟିକରୁ ଗୋଟିଏ ଭିନ୍ନ ପକ୍ଷୀ ଅଛନ୍ତି । ମାତ୍ର ଯଦି ବିଷାକ୍ତ ସାପ ଏମାନଙ୍କ ସାମନାକୁ ଆସିଯାଆନ୍ତି ତେବେ ଏହାଠାରୁ ସମସ୍ତେ ଦୂରେଇ ରହିବା ପସନ୍ଦ କରନ୍ତି । ହେଲେ ଏମିତି ଏକ ପକ୍ଷୀ ଅଛି, ଯିଏ ଅଧିକରୁ ଅଧିକ ବିଷାକ୍ତ ସାପ ପାଇଁ ଏକପ୍ରକାରର କାଳ ପାଲଟିଥାଏ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । କ୍ଷଣକ ମଧ୍ୟରେ ଏହି ପକ୍ଷୀ ସମସ୍ତ ସାପକୁ ମୃତ୍ୟୁମୁଖରେ ପକାଇଦିଏ । ତେଣୁ ଏହି ପକ୍ଷୀକୁ କିଲର କୁଇନ୍ ବୋଲି କୁହାଯାଏ । ସେକ୍ରେଟାରି ନାମକ ଏହି ପକ୍ଷୀର ଗୋଡ଼ ଖୁବ୍ ଲମ୍ବା ଥିବାବେଳେ ଏହି ପକ୍ଷୀ ଅବିଶ୍ୱସନୀୟ ଭାବେ ଖୁବ୍ ଶକ୍ତିଶାଳୀ ରୂପେ ଆକ୍ରମଣ କରିଥାଏ । ମୁଖ୍ୟତଃ ଏମାନେ ସାପକୁ ଶିକାର କରିଥାଆନ୍ତି । ବିଶେଷକରି ଏମାନେ ଆଫ୍ରିକାର ଘାସ ଥିବା ଅଞ୍ଚଳରେ ଦେଖିବାକୁ ମିଳନ୍ତି । ଏହି ପକ୍ଷୀ ଗୋଡ଼ରେ ହିଁ ସାପକୁ ମକଚି ମକଚି ମାରିଦିଏ । କୁହାଯାଏ ଏହାର ଗୋଡ଼ର ଶକ୍ତି ବାଘ ପrାର ଶକ୍ତି ସହିତ ପ୍ରାୟତଃ ସମାନ ହୋଇଥାଏ ।
