ଏଲିଅନ୍‌ ସତ କି ମିଛ ଜଣାପଡିିବ !

ଅନୁସନ୍ଧିତ୍ସୁ ମଣିଷର ମନ ବ୍ରହ୍ମାଣ୍ଡର ରହସ୍ୟ ସନ୍ଧାନ କରିବାରେ ଲାଗି ରହିଛି । ପୃଥିବୀ ବ୍ୟତିତ ଅନ୍ୟ ଗ୍ରହରେ ଜୀବସତ୍ତାର ସନ୍ଧାନ ପାଇଁ ବୈଜ୍ଞାନିକମାନେ ଚେଷ୍ଟା ଜାରି ରଖିଛନ୍ତି । ଏହାରି ମଧ୍ୟରେ ଜଣେ ମହାକାଶ ବିଜ୍ଞାନୀ ଦାବୀ କରିଛନ୍ତି ଆଗାମୀ ୨୫ ବର୍ଷ ମଧ୍ୟରେ ଅନ୍ୟ ଗ୍ରହର ଲୋକଙ୍କ ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିପାରେ । ମହାକାଶ ବିଜ୍ଞାନୀ ଡା. ସାଶା କ୍ୱାଞ୍ଜ କହିଛନ୍ତି, ଆଗାମୀ ୨୫ ବର୍ଷ ମଧ୍ୟରେ ଅନ୍ୟ ଗ୍ରହର ଲୋକଙ୍କ ନିକଟରେ ପହଞ୍ଚିବା ସମ୍ଭବ ହେବ କାରଣ ସେ ଏପରି ଏକ ଟେଲିସ୍କୋପ ପ୍ରସ୍ତୁତ କରୁଛନ୍ତି, ଯାହା ସାହାଯ୍ୟରେ ପୃଥିବୀ ପରି ଅନ୍ୟ ଗ୍ରହକୁ ଦେଖିହେବ ।

ଏଲିଅନ୍‌ ସତ କି ମିଛ ଜଣାପଡିିବ !

ତେବେ ତାଙ୍କର ଏହି ରିସର୍ଚ୍ଚ କେତେଦୂର ସଫଳ ହେବ ତାହା ସେ ସ୍ପଷ୍ଟ କରି ନ ଥିଲେ ମଧ୍ୟ ଏହାପରେ ବହୁ ଉପଯୋଗୀ ସୂଚନା ମିଳିବ ବୋଲି ସେ କହିଛନ୍ତି । ଡା. ସାଶା କ୍ୱାଞ୍ଜ କହିଛନ୍ତି, ଜେମସ୍‌ େୱବ ସ୍ପେସ୍‌ ଟେଲିସ୍କୋପ୍‌ରୁ ମିଳିଥିବା ଫଟୋ ଆମର ଆଶାକୁ ଦ୍ୱିଗୁଣିତ କରିଛି । ଏହାର ପରିଣାମରେ ଉତ୍ସାହିତ ହୋଇ ଆମ ଟିମ୍‌ ନୂଆ ଟେଲିସ୍କୋପ୍‌ ଉପରେ କାମ କରୁଛନ୍ତି । ଏହି ଟେଲିସ୍କୋପ ଜରିଆରେ କ୍ଷୁଦ୍ରରୁ ଅତି କ୍ଷୁଦ୍ର ଗ୍ରହ ଉପରେ ଫୋକସ୍‌ କରାଯାଇ ପାରିବ । ଡେଲି ଷ୍ଟାର ରିପୋର୍ଟ ଅନୁସାରେ ଡା. ସାଶା କ୍ୱାଞ୍ଜ କହିଛନ୍ତି ଏହି ଉପକରଣର ମୁଖ୍ୟ ଲକ୍ଷ୍ୟ ପୃଥିବୀ ପରି ଅନ୍ୟ କିଛି ଗ୍ରହର ଫଟୋ ଉତ୍ତୋଳନ କରିବା ।

ଏଲିଅନ୍‌ ସତ କି ମିଛ ଜଣାପଡିିବ !

ଏହି ରିସର୍ଚ୍ଚର ମୁଖ୍ୟ ଉଦ୍ଦେଶ୍ୟ ପୃଥିବୀ ନିକଟବର୍ତ୍ତୀ ଗ୍ରହର ବାତାବରଣ ଓ ସେଠାରେ ଜୀବସତ୍ତାର ଉପସ୍ଥିତି ବିଷୟରେ ସଠିକ୍‌ ପତ୍ତା ଲଗାଇବା । ନାସାର ଚିଫ୍‌ ସାଇଣ୍ଟିଷ୍ଟ ଜିମ୍‌ ଗ୍ରୀନ୍‌ ଭବିଷ୍ୟବାଣୀ କରିଥିଲେ ଯେ, କିଛି ବର୍ଷ ମଧ୍ୟରେ ଆମେ ଏଲିଅନ୍‌ ବିଷୟରେ ଜାଣିପାରିବା ଓ ଏହା ମଧ୍ୟ ସମ୍ଭବ ବୋଲି ଡା. ସାଶା କ୍ୱାଞ୍ଜ କହିଛନ୍ତି । କିଛି ଲୋକଙ୍କ ମତ ଏଲିଅନ୍‌ ଆମକୁ ନିୟମିତ ଦେଖୁଛନ୍ତି । କିନ୍ତୁ ଏହା ଉପରେ ମହାକାଶ ବିଜ୍ଞାନୀ କିଛି ସ୍ପଷ୍ଟୀକରଣ ଦେଇନାହାନ୍ତି । କାରଣ ଏଲିଅନ୍‌ଙ୍କ ଉପସ୍ଥିତି ବିଷୟରେ କୌଣସି ଠୋସ୍‌ ପ୍ରମାଣ ଏ ପର୍ଯ୍ୟନ୍ତ ହାତରେ ପଡିନାହିଁ ।

Govt

Comments are closed.