ଭୁବନେଶ୍ୱର : ଆଜି ପ୍ରକାଶ ପାଇଛି +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ I ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ (ଯୁକ୍ତ୨) ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ ରହିଛି ।
ଚଳିତ ବର୍ଷ +୨ ପରୀକ୍ଷାରେ ପୂର୍ବପରି ଝିଅ ମାନେ ଆଗୁଆ ରହିଛନ୍ତି । ଯୁକ୍ତ ଦୁଇ ବିଜ୍ଞାନରେ ଝିଅଙ୍କ ପାସ୍ ହାର ୮୫.୬୭ ପ୍ରତିଶତ ରହିଥିବାବେଳେ ଯୁକ୍ତ ଦୁଇ ବିଜ୍ଞାନରେ ପୁଅଙ୍କ ସଫଳତା ହାର ୮୪.୨୮% । ବାଣିଜ୍ୟରେ ୮୩.୮୭% ଝିଅ ପାସ୍, ପୁଅଙ୍କ ପାସ୍ ହାର ୭୯.୫୨% ରହିଛି । ୩୯ହଜାର ୫୭୩ ଏଥର ବିଜ୍ଞାନରେ ପାସ୍ ହାର ରହିଛି ପ୍ରତିଶତ ଓ ବାଣିଜ୍ୟ ପାସ୍ ହାର ପ୍ରତିଶତ ହୋଇଥିବା ଜଣାଯାଇଛି।
ସେହିପରି ବାଣିଜ୍ୟରେ ପାସ୍ ହାର ୮୧.୧୨ ପ୍ରତିଶତ ହୋଇଥିବା ଜଣାପଡିଛି । ୭୪୧୦ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ, ୪୫୪୩ ଛାତ୍ରଛାତ୍ରୀ ଦ୍ୱିତୀୟ ଶ୍ରେଣୀରେ, ୭୪୯୨ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ମୋଟ ୧୯,୫୩୬ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ୧୮୭୪୦ ରେଗୁଲାର ପରୀକ୍ଷାର୍ଥୀ ପାସ କରିଥିବା ବେଳେ ୭୮୯ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ନୟାଗଡରେ ସର୍ବାଧିକ ପାସ୍ ହାର ୯୩.୦୯% ଥିବା ବେଳେ ବୌଦ୍ଧରେ ସର୍ବନିମ୍ନ ପାସ୍ ହାର ୫୫.୫୫% ରହିଛି । ତେବେ ବାଣିଜ୍ୟରେ ଛାତ୍ରଙ୍କ ପାସ୍ ହାର ୭୯.୫୨% ରହିଛି । ସେହିଭଳି ବାଣିଜ୍ୟରେ ଛାତ୍ରୀଙ୍କ ପାସ୍ ହାର ୮୩.୮୭% ରହିଛି । ଏଥିରେ ବି ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି ।

Comments are closed.