ଧନୀ ରାଜା ମହା ବଜୀରାଲୋଙ୍ଗକର୍ଣ୍ଣ

ପ୍ରାଚୀନ କାଳରୁ ରାଜା ମହାରାଜା ନିଜର ବିଳାସପୂର୍ଣ୍ଣ ଜୀବନ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାଆନ୍ତି । ଏଭଳି ଅନେକ ରାଜା ଅଛନ୍ତି ଯାହାଙ୍କର ଜୀବନଶୈଳୀ ପାଇଁ ତାଙ୍କୁ ଦାମୀ ରାଜା ଭାବେ ଗଣା ଯାଇଥାଏ ।

ଧନୀ ରାଜା ମହା ବଜୀରାଲୋଙ୍ଗକର୍ଣ୍ଣ

ସେହିଭଳି ଜଣେ ରାଜା ହେଲେ ଥାଇଲାଣ୍ଡର ରାଜା ମହା ବଜୀରାଲୋଙ୍ଗକର୍ଣ୍ଣ । ନିଜ ପିତାଙ୍କ ମୃତୁ୍ୟପରେ ୨୦୧୬ରେ ସେ ରାଜଗାଦି ସମ୍ଭାଳିଥିଲେ । ତେବେ ତାଙ୍କ ଜୀବନଶୈଳୀ ବେଶ୍‌ ଆଡମ୍ବରପୂର୍ଣ୍ଣ । ଏହାସହିତ ସେ ବିଭିନ୍ନ କାରଣରୁ ଚର୍ଚ୍ଚାରେ ରହିଥାଆନ୍ତି ।

ଧନୀ ରାଜା ମହା ବଜୀରାଲୋଙ୍ଗକର୍ଣ୍ଣ

ଦୁନିଆର ସବୁଠାରୁ ଧନି ରାଜା- ଏକ ରିପୋର୍ଟ ଅନୁସାରେ ଥାଇଲାଣ୍ଡର ରାଜା ମହା ବଜୀରାଲୋଙ୍ଗକର୍ଣ୍ଣ ଦୁନିଆର ସବୁଠାରୁ ଧନୀ ରାଜା । ତାଙ୍କ ସମ୍ପତ୍ତିର ମୂଲ୍ୟ ୪୩ ବିଲିଅନ ଡଲାର ।

ଧନୀ ରାଜା ମହା ବଜୀରାଲୋଙ୍ଗକର୍ଣ୍ଣ

କେବଳ ଏତିକି ନୁହେଁ ତାଙ୍କ ପାଖରେ ୫୪୬.୬୭ କ୍ୟାରଟର ଏକ ବ୍ରାଉନ ଡାଇମଣ୍ଡ ମଧ୍ୟ ରହିଛି, ଯାହାର ମୂଲ୍ୟ ୧୨ ମିଲିଅନ ଡଲାର । ୪୦୦ରୁ ଅଧିକ ଗାଡ଼ି- ରାଜା ମହା ବଜୀରାଲୋଙ୍ଗକର୍ଣ୍ଣଙ୍କର ରହିଛି ୩୮ରୁ ଅଧିକ ବିମାନ ସହିତ ୪୦୦ରୁ ଅଧିକା ଗାଡ଼ି, ଯାହାର ମୂଲ୍ୟ କୋଟି କୋଟି ଟଙ୍କା । ସେହପରି ବ୍ୟାଙ୍କକ୍‌ରେ ଥିବା ତାଙ୍କର ମହଲର ମୂଲ୍ୟ ୧୫୦୦ କୋଟି । ଏହି ମହଲର ବାର୍ଷିକ ବଜେଟ୍‌ ୧୨୩ ମିଲିଅନ ଡଲାର ରହିଥାଏ ।

ଧନୀ ରାଜା ମହା ବଜୀରାଲୋଙ୍ଗକର୍ଣ୍ଣ

ନିଜକୁ ରାମଙ୍କ ବଂଶଜ ଭାବେ ବିବେଚନା- ଏକ ଅଜବ ଦାବି କରନ୍ତି ଏହି ରାଜା । ନିଜକୁ ଭଗବାନ ଶ୍ରୀରାମଙ୍କର ବଂଶଜ ଭାବେ ବିବେଚନା କରନ୍ତି । ତେଣୁ ତାଙ୍କୁ ସେଠାରେ ରାମ ଦଶମ ନାମରେ ମଧ୍ୟ ଡକାଯାଇଥାଏ । ପୂର୍ବର ତାଙ୍କ ପିତାଙ୍କୁ ରାମ ନବମ ବୋଲି କୁହାଯାଉଥିଲା ।

ଧନୀ ରାଜା ମହା ବଜୀରାଲୋଙ୍ଗକର୍ଣ୍ଣ

ପ୍ରଶିକ୍ଷିତ ପାଇଲଟ୍‌ – ଥାଇଲଣ୍ଡର ରାଜା ହେବା ସହିତ ସେ ଜଣେ ପ୍ରଶିକ୍ଷିତ ବିମାନ ଚାଳକ । ସେ ଉଭୟ ସାମରିକ ଓ ବେସମାମରିକ ବିମାନ ଚଳାଇବାରେ ସିଦ୍ଧହସ୍ତ । ବୋଇଂ ୭୩୭ ବିମାନକୁ ସେ ନିଜେ ଉଡାଇଥାଆନ୍ତି । ସେ ସୈନ୍ୟ ପ୍ରଶିକ୍ଷଣ ମଧ୍ୟ ପ୍ରାପ୍ତ କରିଛନ୍ତି । ଏହାସହ ତାଙ୍କୁ ସାଇକେଲ ଚଳାଇବାକୁ ମଧ୍ୟ ଭଲ ଲାଗେ ।

Govt

Comments are closed.