ଛାତି ଥରା ସତ ବଖାଣିଲେ ଜାତିସଂଘ ମହିଳା ନେତ୍ରୀ

ଜାତିସଂଘ: ଆତଙ୍କବାଦୀମାନେ କଙ୍ଗୋର ଜଣେ ମହିଳାଙ୍କୁ ଅପହରଣ କରି ତାଙ୍କ ସହିତ ବାରମ୍ବାର ଦୁଷ୍କର୍ମ କରିବା ସହ ତାଙ୍କୁ ମଣିଷ ମାସଂ ରାନ୍ଧି ଖାଇବାକୁ ବାଧ୍ୟ କରିଥିଲେ ବୋଲି ମହିଳା ଅଧିକାର ସଙ୍ଗଠନ ଜାତସଂଘ ନିରାପତ୍ତା ପରିଷଦକୁ ଆସିଛି ଅଭିଯୋଗ । ଭାଷଣ ଦେଲାବେଳେ ମହିଳା ଅଧିକାର ସଙ୍ଗଠନ (ଏସ୍‌ଓଏଫ୍‌ଇପିଏଡିଆଇ) ଅଧ୍ୟକ୍ଷା ଜୁଲିଏନି ଲ୍ୟୁସେଞ୍ଜି ଉପରୋକ୍ତ ମହିଳାଙ୍କ ଦୁର୍ଦ୍ଦଶା କଥା ବଖାଣିଥିଲେ । ଲ୍ୟୁସେଞ୍ଜି କହିଛନ୍ତି, ଅପହୃତ ହୋଇଥିବା ପରିବାରର ଆଉ ଜଣେ ସଦସ୍ୟଙ୍କୁ ମୁକୁଳାଇବା ପାଇଁ ଦାବି ଅର୍ଥ ପୈଠ କରିବାକୁ ଯାଇଥିବା ବେଳେ ସିଓଡିଇସିଓ ଆତଙ୍କବାଦୀମାନେ ଉକ୍ତ ମହିଳାଙ୍କୁ ଅପହରଣ କରିନେଇଥିଲେ । ତାଙ୍କ ସହିତ ଥରକୁ ଥର ଦୁଷ୍କର୍ମ କରାଯିବା ସହ ଶାରୀରିକ ନିର୍ଯାତନା ଦିଆଯାଇଛି ବୋଲି ସେ ମହିଳା ଅଧିକାର ସଙ୍ଗଠନକୁ କହିଛନ୍ତି । ତା ପରେ ମହିଳାଜଣକ କହିଥିଲେ କି, ଆତଙ୍କବାଦୀମାନେ ଜଣେ ପୁରୁଷ ଲୋକର ତଣ୍ଟି କାଟି ପକାଇଲେ । ତା ପରେ ସେମାନେ ତାଙ୍କର ଅନ୍ତଃବୁଜୁଳା କାଢି ପକାଇ ମତେ ମଲା ମଣିଷର ମାଂସ ରାନ୍ଧିବାକୁ କହିଲେ । ବାକି ଭୋଜନ ରାନ୍ଧିବା ଲାଗି ସେମାନେ ମତେ ଦୁଇଟି ଜଳପାତ୍ର ଦେଲେ । ତା ପରେ ସେମାନେ ସମସ୍ତ କଏଦୀଙ୍କୁ ମଣିଷ ମାଂସ ଖୁଆଇଲେ । ଅଳ୍ପ କିଛି ଦିନ ପରେ ଉକ୍ତ ମହିଳାଙ୍କୁ ମୁକ୍ତ କରି ଦିଆଗଲା । କି;ୁ, ଘରକୁ ଫେରିବା ବାଟରେ ଅନ୍ୟ ଏକ ଆତଙ୍କବାଦୀ ଦଳ ତାଙ୍କୁ ଅପହରଣ କରି ନେଇ ତାଙ୍କ ସହିତ ବାରମ୍ବାର ଦୁଷ୍କର୍ମ କଲେ । ସେମାନେ ମଧ୍ୟ ତାଙ୍କୁ ମଣିଷ ମାଂସ ରାନ୍ଧି ଖାଇବାକୁ କହିଲେ ବୋଲି କୌଣସି ମତେ ତାଙ୍କ କବଳରୁ ଖସି ଆସି ଏସ୍‌ଓଏଫ୍‌ଇପିଏଡିଆଇକୁ ସେ କହିଥିଲେ ।

Govt

Comments are closed.