ମାଲେ : ମାଳଦ୍ଵୀପ ରାଜଧାନୀ ମାଲେ ରୁ ଆସିଛି ଏକ ଦୁଖଦଃ ଖବର I ମାଲେ ରେ ଆଜି ଅର୍ଥାତ ଗୁରୁବାର ଦିନ ବିଦେଶୀ ଶ୍ରମିକଙ୍କ ପାଇଁ ନିର୍ମିତ ଆବାସରେ ଘଟିଯାଇଛି ଭୟଙ୍କର ଅଗ୍ନିକାଣ୍ଡ I ସମ୍ବାଦ ସରବରାହ ସଂସ୍ଥା‘ଏଏଫ୍ପି’ ରିପୋର୍ଟ ଅନୁସାରେ ଅଗ୍ନିକାଣ୍ଡରେ ୧୦ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି I ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୦ ଜଣଙ୍କ ମଧ୍ୟରେ ୯ ଜଣ ଭାରତୀୟ ଶ୍ରମିକ ଥିବା ଜଣାପଡିଛି I
ସ୍ଥାନୀୟ ଅଗ୍ନିଶମ ବାହିନୀର ସୂଚନାନୁସାରେ ଅଗ୍ନିକାଣ୍ଡରେ ନଷ୍ଟ ହୋଇଥିବା କୋଠାର ଉପର ମହଲାରୁ ୧୦ ଟି ମୃତଦେହ ଉଦ୍ଧାର କରାଯାଇଥିଲା । ନିଆଁ ଲିଭାଇବା ପାଇଁ ପ୍ରାୟ ୪ ଘଣ୍ଟା ଲାଗିଯାଇଥିଲା । କୁହାଯାଇଥିଲା ଯେ ଏହି କୋଠାର ତଳ ମହଲାରେ ଏକ ଗ୍ୟାରେଜ ଅଛି ଏବଂ ଏଥିରେ ନିଆଁ ଲାଗିବା ପରେ ପୂରା କୋଠାଟିରେ ନିଆଁ ବ୍ୟାପି ଯାଇଥିଲା I ସେହି ସମୟରେ ଶ୍ରମିକମାନେ ନିଜ ଅବାସସ୍ଥଳୀରେ ବିଶ୍ରାମ ନେଉଥିଲେ I ତେଣୁ ହଠାତ ଅଗ୍ନିକାଣ୍ଡ ସ୍ଥାରୁ ବାହାରି ନପାରି ଚିତ୍କାର କରିଥିଲେ I ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ନିଆଁ ଲାଗିବା ସ୍ଥଳରୁ ଅଗ୍ନିପିଣ୍ଡୁଳା ସବୁ ଉପରକୁ ଉଠୁଥିବାର କୁହାଯାଉଛି I ୧୦ ଜଣ ମୃତକଙ୍କ ମଧ୍ୟରେ ଜଣେ ବାଂଲାଦେଶୀ ଶ୍ରମିକ ଥିଲେ I
ସୂଚନା ଅନୁସାରେ, ମାଳଦ୍ଵୀପରେ ବିଦେଶୀ ଶ୍ରମିକଙ୍କ ସ୍ଥିତି ଅତ୍ୟନ୍ତ ଦୟନୀୟ I ମାଲେର ୨୫୦,୦୦୦ ଜନସଂଖ୍ୟାର ଅର୍ଦ୍ଧେକ ବିଦେଶୀ ଶ୍ରମଜୀବୀ। ଶ୍ରମଜୀବୀମାନେ ମୁଖ୍ୟତଃ ବାଂଲାଦେଶ, ଭାରତ, ନେପାଳ, ପାକିସ୍ତାନ ଓ ଶ୍ରୀଲଙ୍କାରୁ ଯାଇଛନ୍ତି।
ମାଳଦ୍ୱୀପରେ ଭାରତୀୟ ଦୂତାବାସ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛି। ଏଥିସହ ଦୂତାବାସର ଅଧିକାରୀମାନେ ମାଳଦ୍ୱୀପ ସରକାରଙ୍କ ସହ ଯୋଗାଯୋଗାରେ ରହିଛନ୍ତି। ଭାରତୀୟ ଅଧିକାରୀଙ୍କ ସହଯୋଗାଯୋଗ କରିବା ପାଇଁ ଦୂତାବାସ ପକ୍ଷରୁ ଗୋଟିଏ ନମ୍ବର ମଧ୍ୟ ଜାରି କରାଯାଇଛି।
We are deeply saddened by the tragic fire incident in Malé which has caused loss of lives, including reportedly of Indian nationals.
We are in close contact with the Maldivian authorities.
For any assistance, HCI can be reached on following numbers:
+9607361452 ; +9607790701— India in Maldives (@HCIMaldives) November 10, 2022

Comments are closed.