ବର୍ତ୍ତମାନ ଦୁନିଆ ଅନେକ ଆଗକୁ ଗଲାଣି । ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଘଟିଛି । ବିଜ୍ଞାନ କାରଣରୁ ବିଭିନ୍ନ ଅନ୍ଧବିଶ୍ୱାସରେ ପୂର୍ଣ୍ଣଛେଦ ପଡୁଛି । ହେଲେ ଏବେ ମଧ୍ୟ ଏଭଳି ଅନେକ ଅନ୍ଧବିଶ୍ୱାସ ରହିଛି ଯାହାକୁ ଶୁଣିଲେ ରୋମ ଟାଙ୍କୁରି ଉଠିଥାଏ । ଆସନ୍ତୁ ପଢିବା ସେହିଭଳି କିଛି ଅଜବ ଅନ୍ଧବିଶ୍ୱାସ ସମ୍ବନ୍ଧରେ । ସେହିପରି ଏକ ଅଜବ ପ୍ରଥା ରହିଛି ବାଲିରେ ।
ଏଠି ବିବାହ ପାଇଁ ଦାନ୍ତକୁ ବେଶ୍ ଗୁରୁତ୍ୱ ଦିଆଯାଏ । ବିବାହ ପୂର୍ବରୁ ସମସ୍ତେ ଅନେକ ପ୍ରକାରର କାର୍ଯ୍ୟ ପ୍ରସ୍ତୁତି କରିଥାଆନ୍ତି । ହେଲେ ଏଠିକାର ବାସିନ୍ଦାଙ୍କୁ ବାହାଘର ପୂର୍ବରୁ ନିଜ ଦାନ୍ତକୁ ସୁକ୍ଷ୍ମ କରିବାକୁ ହୋଇଥାଏ ।
କାରଣ ସୁକ୍ଷ୍ମ ଦାନ୍ତ ଜଣେ ବ୍ୟକ୍ତିଙ୍କର ନିଜର ସ୍ୱଭାବ ଉପରେ କିଭଳି ନିୟନ୍ତ୍ରଣ ରହିଛି ତାହା ଦର୍ଶାଇଥାଏ । ଯାହାର ଦାନ୍ତ ବେଶି ସୂକ୍ଷ୍ମ ସେହି ବ୍ୟକ୍ତି ନିଜର ଖରାପ ସ୍ୱଭାବ ଯେପରି ଲୋଭ, ରାଗ, ହିଂସା ଆଦି ଉପରେ ସେତିକି ଭଲ ଭାବେ ନିୟନ୍ତ୍ରଣ କରିପାରେ ।
ତେବେ ଦାନ୍ତ ସୂକ୍ଷ୍ମ କରିବାର ପ୍ରକ୍ରିୟା ବେଶ୍ କଷ୍ଟ ଦାୟକ ହୋଇଥାଏ ।

Comments are closed.