ଭବାନୀପାଟଣା: ଆଜି ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ପିରାମଲ ସ୍ୱାସ୍ଥ୍ୟର ମିଳିତ ଆନୁକୂଳ୍ୟରେ ଓଡିଶାରେ ପ୍ରଥମ ଥର ପାଇଁ କଳାହାଣ୍ଡି ଜିଲ୍ଲାରେ ଡ୍ରୋନ୍ ସାହାଯ୍ୟରେ ନମୁନା ସଂଗ୍ରହ ହୋଇଛି । କଳାହାଣ୍ଡିର କେସିଙ୍ଗା ଓ ନର୍ଲା ବ୍ଲକର ଗୋଷ୍ଠୀ ସେବା କେନ୍ଦ୍ରରୁ କଫ ସଗ୍ରହ କରି ଡ୍ରୋନ୍ ମାଧ୍ୟମରେ ଭବାନୀପାଟଣା ମୁଖ୍ୟ ଚିକିସିାଳୟକୁ ପରୀକ୍ଷା ପାଇଁ ପଠାଯାଇଥିଲା । ଏହି କାର୍ଯ୍ୟକ୍ରମର ମୂଲ ଉଦ୍ଦେଶ୍ୟ ହେଲା, ଆଦିବାସୀ ସମ୍ପ୍ରଦାୟର ଅପହଞ୍ଚ ଇଲାକାକୁ ସ୍ୱୟଂ ଚାଲିତ ଡ୍ରୋନ୍ ମାଧ୍ୟମରେ ପହଞ୍ଚି ସ୍ୱାସ୍ଥ୍ୟସେବା ଯୋଗାଇବା ।
ବିଗତ କିଛି ଦଶନ୍ଧି ମଧ୍ୟରେ ଜାତୀୟ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମର ପ୍ରୟାସ ଭାରତର ଯକ୍ଷ୍ମା ବିରୋଧରେ ଲଢେଇ ଏକ ପ୍ରଶଂସନୀୟ ଅଗ୍ରଗତୀ ଦେଖାଇଥିବା ବେଳେ୨୦୨୫ ସୁଦ୍ଧା ଯକ୍ଷ୍ମା ରୋଗ ବିଲୋପ ହାସଲ କରିବା ଏହାର ମୂଲ ଲକ୍ଷ୍ୟ ଅଟେ । ଦେଶରେ ୭୦୫ ବିଭିନ୍ନ ଜନଜାତି ୧୦୪ ଲକ୍ଷରୁ ଅଧିକ ଆଦିବାସୀ ଅଛନ୍ତି । ସେଥିମଧ୍ୟରୁ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା ୧୦.୪% ଆଦିବାସୀ ସମ୍ପ୍ରଦାୟର ଅଟନ୍ତି । ଆଦିବାସୀ ସମ୍ପ୍ରଦାୟଗୁଡିକ ପ୍ରାୟତ ଦୁର୍ଗମ ଅଞ୍ଚଳରେ ବସବାସ କରନ୍ତି । ଯେଉଁଠି ପହଞ୍ଚିବା କଷ୍ଟକର, ଏହିପରି ଯକ୍ଷ୍ମା ନିରାକରଣ ପ୍ରକ୍ରିୟାରେ ବାଧକ ହୋଇଥାଏ । ତେଣୁ ଭବିଷ୍ୟତରେ ଡ୍ରୋନ୍ ମାଧ୍ୟମରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଯକ୍ଷ୍ମା ରୋଗର ନିରାକରଣ କରିବା ଏହାର ମୂଲ ଲକ୍ଷ୍ୟ । କଳାହାଣ୍ଡିର ଏନ୍.ଟି.ଇ.ପି.କୋଡିନେଟର୍ ବିକାଶ କୁମାର ଦାସ, ଡି.ପି.ସି. ପ୍ରବୀଣ କୁମାର ସେନାପତି, ପିରାମଲ ସ୍ୱାସ୍ଥ୍ୟର ଦେବାଶିଷ ସିହ୍ନା ଓ ରୁପେଶ ସିଂହ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପର୍ଯ୍ୟବେକ୍ଷକ ମନୋଜ ରତେ ପରିଚାଳନା କରିଥିଲେ ।

Comments are closed.