କୁକୁର ରଖିଲେ ଡବଲ ଟ୍ୟାକ୍ସ

0

ସାଧାରଣତଃ ଘରେ ପୋଷା କୁକୁର ରଖିବାକୁ ସମସ୍ତେ ଖୁବ ଭଲ ପାଇଥାଆନ୍ତି । ତେବେ ଏଥିପାଇଁ କେବେ ବି କୌଣସି କର ଦେବାକୁ ହୋଇନଥାଏ, ହେଲେ ଇଟଲିରେ ଏଭଳି ନୁହେଁ । ସୂଚନା ଅନୁସାରେ ଇଟଲିର ବୋଲkାନୋ ସହରର ବାସୀଙ୍କ ପାଇଁ ନୂଆ ନିୟମ ଲାଗୁ କରାଯାଇଛି । ସେମାନେ ପୋଷା କୁକୁର ରଖିବାକୁ ହେଲେ ସରକାରଙ୍କୁ କର ଦେବାକୁ ହେବ ବୋଲି ନିୟମର ପ୍ରସ୍ତାବ ଦିଆଯାଇଛି । ଏଠିକାର ସ୍ଥାନୀୟ ପରିଷଦ ସହରରେ କୁକୁର ରଖୁଥିବା ଲୋକଙ୍କ ଉପରେ ଡବଲ ଟ୍ୟାକ୍ସ ଲଗାଇବାକୁ ପ୍ରସ୍ତାବ ଦେଇଛି । ଏଠାରେ ପୂର୍ବରୁ ଏକ ନିୟମ ରହିଛି ଯେଉଁଥିରେ କୁକୁରଙ୍କର ଡିଏନ୍‌ଏ ରେଜିଷ୍ଟ୍ରେସନ କରାଯାଇଥାଏ । ଯଦି କୌଣସି କୁକୁର ମାଲିକ ତାଙ୍କ ପୋଷା କୁକୁର ମଳ ସଫା ନକରନ୍ତି ତେବେ ଏହାକୁ ଡିଏନ୍‌ଏ ସାହାଯ୍ୟରେ ଚିହ୍ନଟ କରାଯାଇଥାଏ । ତେବେ ଏହାକୁ ଆହୁରି ଶକ୍ତ କରିବାକୁ ଏହି ପ୍ରସ୍ତାବ ଦିଆଯାଇଥିବା ଜଣା ପଡିଛି । ଏହି ନିୟମ ୨୦୨୬ରୁ ଲାଗୁ କରାଯାଇପାରେ ବୋଲି ଜଣା ପଡିଛି । ଏହି ନିୟମ ଲାଗୁ ହେବା ଫଳରେ ସହରବାସୀଙ୍କୁ ପ୍ରତିବର୍ଷ ପାଖାପାଖି ୮୫୦୦ ଟଙ୍କାର କର ଦେବାକୁ ପଡିବ । ସେହିଭଳି ଯେଉଁପର୍ଯ୍ୟଟକମାନେ ନିଜ କୁକୁରକୁ ଏହି ସହରକୁ ଆଣିବେ ସେମାନଙ୍କୁ ଦୈନିକ ୧୩୫ ଟଙ୍କା କର ଦେବାକୁ ହେବ । ସହରକୁ ସ୍ୱଚ୍ଛ ପରିମଳ କରିବା ପାଇଁ ଏଭଳି ନିୟମ ବାହାର କରାଯାଇଥିବା ପରିଷଦ ପକ୍ଷରୁ ମତ ଦିଆଯାଇଛି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.