ଭୁବନେଶ୍ୱର: ଟମାଟୋ ଫ୍ଲì ରୋଗ ସଂପର୍କରେ ନିଜର ପ୍ରତିକ୍ରିୟା ରଖି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି, ଏହା ଏକ ଭାଇରାଲ ରୋଗ । ଏହାର ଲକ୍ଷଣ ହେଉଛି ପିଲା ଖାଇବ ନାହିଁ, ବାନ୍ତି ହେବ, ଦେହ ଯାକ ଫଳିଯିବ, ନାଲି ପଡ଼ିଯିବ, ଜର ହେବ ଇତ୍ୟାଦି । ରାଜ୍ୟରେ ଏଭଳି କେତେ କେସ୍ ଅଛି ଜାଣିବା ପାଇଁ ମେଡିକାଲ କଲେଜ ଗୁଡିକୁ ରିପୋର୍ଟ ମଗାଯାଇଛି । ଆରଏମଆରସି ଏହି ଭାଇରଲ ଭାଇରସର ଚିହ୍ନଟ କରିବେ । ନମୁନା ସଂଗ୍ରହ କରାଯାଇ ପଠାଯିବ । ତେବେ ଏହା ହ୍ୟାଣ୍ଡ ମାଉଥ ଫୁଟ ରୋଗ ବୋଲି ସନ୍ଦେହ କରାଯାଉଛି । ଏହି ସନ୍ଦେହକୁ ଦୂର କରିବା ପାଇଁ ନମୁନା ସଂଗ୍ରହ କରି ଆରଏମଆରସିକୁ ପଠାଯିବ । ଜିଲ୍ଲା ଓ ଶିଶୁ ରୋଗ ବିଶେଷଜ୍ଞମାନଙ୍କ ସହ ଏ ନେଇ ସ୍ୱାସ୍ଥ୍ୟ ବିଭାଗର ଆଲୋଚନା ଜାରି ରହିଛି । ଜିଲ୍ଲା ଚିିକିତ୍ସାଳୟଗୁଡ଼ିକୁ ଆକ୍ରାନ୍ତ ଶିଶୁଙ୍କ ନମୁନା ସଂଗ୍ରହ କରି ପଠାଇବାକୁ ନିର୍ଦେଶ ଦିଆଯାଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।

Comments are closed.