ମହିଳାଙ୍କ ମନ୍ତ୍ରଣାଳୟରେ ମହିଳାଙ୍କୁ ବ୍ୟାନ କଲା ତାଲିବାନ

କାବୁଲ: ସେପ୍‌ଟେମ୍ବର ୧୭: ଆଫଗାନିସ୍ଥାନରେ ସରକାର କରିବା ପରେ ତାଲିବାନ ନିଜ ମନମୁଖୀ ଶାସନ ଚଳାଇଛି । ମହିଳାଙ୍କ ମାମଲା ସକାଶେ ଗଠନ ହୋଇଥିବା ମନ୍ତ୍ରଳଣାୟରେ ମହିଳାମାନଙ୍କୁ ବ୍ୟାନ କରିଛି ତାଲିବାନ । ଏହାସହିତ ମହିଳାଙ୍କ ମନ୍ତ୍ରଳଣାୟରେ ପୁରୁଷ କାମ କରିବେ ବୋଲି ଘୋଷଣା କରାଯାଇଛି । ଯେଉଁ ସ୍ଥାନକୁ ପୁରୁଷମାନେ ଯିବାଆସିବା କରୁଥିବେ ସେହି ସ୍ଥାନମାନଙ୍କରେ ମହିଳାଙ୍କୁ ବ୍ୟାନ ମଧ୍ୟ କରାଯାଇଛି । ଏକ ଖବର ଅନୁସାରେ ଆଜି ଚାରି ଜଣ ମହିଳା କାବୁଲ ମନ୍ତ୍ରଣାଳୟକୁ ଯାଇଥିଲା ବେଳେ ତାଙ୍କୁ ଭିତରକୁ ପ୍ରବେଶ କରାଇ ଦିଆଯାଇନଥିଲା । ଏହାକୁ ସେମାନେ ବିରୋଧ କରିଥିଲେ । ଏହାପରେ ଅନ୍ୟ ମହିଳା କର୍ମଚାରୀମାନେ ତାଲିବାନଙ୍କ ଏହି ନିୟମକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିଲେ ।
ଏକ ଆଫଗାନ୍‌ ଖବର ଅନୁସାରେ, କାବୁଲ ଜେଲରେ ଥିବା କେତେକ କଏଦୀଙ୍କୁ ତାଲିବାନ ମୁକ୍ତ କରିଛି । ସେହି ସବୁ କଏଦୀମାନେ ଚୋରୀ, ଦୁଷ୍କର୍ମ ସମେତ କେତେକ ଅପରାଧିକ ମାମଲାରେ ଜଡ଼ିତ ଥିଲେ । ତେବେ କାବୁଲ ଜେଲ ଆଫଗାନିସ୍ଥାନର ସବୁଠାରୁ ବଡ଼ ଜେଲ ହୋଇଥିବାରୁ ଏଠାରେ କୁଖ୍ୟାତ ଅପରାଧଙ୍କୁ ଦଣ୍ଡ ଦିଆଯାଇଥାଏ ।

Launching Ceremony of “AYUSHMAN BHARAT

Comments are closed.