ଟି-୨୦ ବିଶ୍ୱକପ୍‌ : ଆୟର୍ଲାଣ୍ଡକୁ ୪୨ ରନରେ ହରାଇଲା ଅଷ୍ଟ୍ରେଲିଆ

ବ୍ରିସବେନ: ସୋମବାର ଖେଳାଯାଇଥିବା ଟି-୨୦ ବିଶ୍ୱକପର ଏକ ମ୍ୟାଚରେ ଆୟର୍ଲାଣ୍ଡକୁ ୪୨ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ । ଏହି ବିଜୟ ସହ ସେମିଫାଇନାଲ ଦୌଡ଼ରେ ନିଜର ଦାବିଦାରିକୁ ଦୃଢ କରିଛି ଅଷ୍ଟ୍ରେଲିଆ । ଏହି ମ୍ୟାଚରେ ଆୟର୍ଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।
ଟି-୨୦ ବିଶ୍ୱକପ୍‌ : ଆୟର୍ଲାଣ୍ଡକୁ ୪୨ ରନରେ ହରାଇଲା ଅଷ୍ଟ୍ରେଲିଆ

ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍‌ ହରାଇ ୧୭୯ ରନ କରିଥିଲା । ଦଳ ପକ୍ଷରୁ ଆରନ ଫିଞ୍ଚ୍‌ ସର୍ବାଧିକ ୬୩ ରନ କରିଥିଲେ । ସେହିପରି ମିଚେଲ ମାର୍ସ ୨୮ ରନ ଓ ମାର୍କସ ଷ୍ଟୋଇନିସ ୩୫ ରନ କରିଥିଲେ । ଆୟର୍ଲାଣ୍ଡ ପକ୍ଷରୁ ବ୍ୟାରି ମାକକାର୍ଥି ୩ଟି ୱିକେଟ ନେଇଥିବାବେଳେ ଜୋସୁଆ ଲିଟିଲ ୨ଟି ୱିକେଟ ନେଇଥିଲେ ।

ଟି-୨୦ ବିଶ୍ୱକପ୍‌ : ଆୟର୍ଲାଣ୍ଡକୁ ୪୨ ରନରେ ହରାଇଲା ଅଷ୍ଟ୍ରେଲିଆ

୧୮୦ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଆୟର୍ଲାଣ୍ଡ ଆରମ୍ଭରୁ ପଲ୍‌ ଷ୍ଟର୍ଲିଂ ଓ ଆଣ୍ଡ୍ର୍ୟୁ ବେଲବର୍ନି ଆଉଟ ହେବା ଫଳରେ ଦଳ ସଂକଟରେ ପଡ଼ିଯାଇଥିଲା । କି;ୁ ଲୋର୍କାନ ଟକର ଲଢୁଆ ବ୍ୟାଟିଂ କରି ଦଳ ପାଇଁ ଆଶା ସଞ୍ଚାର କରିଥିଲେ । ସେ ଅପରାଜିତ ୭୧ ରନ କରିଥିଲେ । ମାତ୍ର ଅନ୍ୟ ବ୍ୟାଟ୍ସମ୍ୟାନେ ଅଷେc୍ରଲିଆ ବୋଲିଂର ସାମନା କରିପାରିନଥିଲେ । ବିଶେଷକରି ମଧ୍ୟଭାଗ ଓ ନିମ୍ନଭାଗ ବ୍ୟାଟ୍ସମ୍ୟାନମାନେ ଶୋଚନୀୟ ଭାବେ ବିଫଳ ହୋଇଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାକ୍‌, ଗ୍ଲେନ ମାକ୍ସେୱଲ, ଆଡାମ ଜାମ୍ପା ଓ ପାଟ୍‌ କମିନ୍ସ ୨ଟି ଲେଖାଏଁ ୱିକେଟ ନେଇଥିଲେ ।

Govt

Comments are closed.