ସ୍ୱତନ୍ତ୍ର ପ୍ରକୃତି

ଡ଼ଃ.ଦେବୀଲାଲ ମିଶ୍ର

ନିଜକୁ ଅନ୍ୟ ଭିତରେ ଖୋଜିବାର
ନିଷ୍ଫଳ ପ୍ରଚେଷ୍ଟା ଯେବେ
ଆହତ କରେ ଅହଂକାରର ଅନ୍ଧକାରକୁ
ସେତେବେଳେ ସ୍ୱତନ୍ତ୍ର ପ୍ରକୃତିର ସ୍ୱର ଶୁଭେ,
ଏବଂ ଘୂରିବୁଲେ ମନ ଆତ୍ମ-ଜ୍ଞାନର
ସନ୍ଧାନରେ;
ମୋ ପ୍ରେମର ପରିମାଣ ମୋତେ ଜଣା
ମୋ କାହାଣୀର କୋଳାହଳ ମୋତେ ଜଣା
ମୋ ସ୍ୱପ୍ନର ସମ୍ବେଦନା ମୋତେ ଜଣା
ମୋ ବର୍ତ୍ତମାନର ବାସ୍ତବତା ମୋତେ ଜଣା
ମୋ ନିଶ୍ୱାସର ନମନୀୟତା ମୋତେ ଜଣା
ମୋ ବିଶ୍ୱାସର ବିଶେଷତ୍ୱ ମୋତେ ଜଣା
କାହାର ଚେଷ୍ଟାରେ ସେ ସମ୍ଭାବନା କାହିଁ
କାହାର ନିଷ୍ଠାରେ ସେ ଉଦ୍ଦୀପନା କାହିଁ
ଅନ୍ୟକୁ ଜାଣିବାର ଅନୁରାଗ କାହିଁ
ଅନ୍ୟକୁ ବୁଝିବାର ଏକଭାବ କାହିଁ
ସ୍ୱତନ୍ତ୍ର ପ୍ରକୃତିର ବଶରେ ଏ ଜୀବନ
କରେ ସଦା ପ୍ରକୃତିର ଭିନ୍ନତାକୁ ନମନ
ସେଥିପାଇଁ କେତେ ଆଶା ମରିଯାଏ।
ପ୍ରତିଶ୍ରୁତିର କବର ତଳେ ଓ ପ୍ରତିଜ୍ଞାର ଚିତା ଉପରେ,
ଭସ୍ମ ହୋଇଯାଏ ଯେତେସବୁ କମ୍ପନ
ଅସ୍ତ ହୋଇଯାଏ ଅସ୍ପଷ୍ଟ ଆଲିଙ୍ଗନ |

Launching Ceremony of “AYUSHMAN BHARAT

Comments are closed.