ପ୍ରଦୂଷଣ ଘେରରେ ଦିଲ୍ଲୀବାସୀ

ସମୟ ଲାଇଭ୍‍,୧୪/୧୧: ଶୀତଋତୁ ଆରମ୍ଭରେ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ଆଶଙ୍କାରେ କେନ୍ଦ୍ରସରକାରଙ୍କ ଦ୍ୱାରା ଆବଶ୍ୟକୀୟ ପଦକ୍ଷେପ ନିଆଯାଇଥିଲା। ତେବେ ଏହାର ଅଳ୍ପଦିନ ବ୍ୟବଧାନରେ ମାତ୍ରାଧିକ ପ୍ରଦୂଷଣ ସ୍ଥାନୀୟ ଲୋକଙ୍କୁ ଅସ୍ତବ୍ୟସ୍ତ କରିବାରେ ଲାଗିଛି। ତେବେ ହରିୟାଣାର କରନାଲ ଅଞ୍ଚଳରୁ ନିର୍ଗତ ଧୂଆଁ ଏହି ପ୍ରଦୂଷଣର ମୁଖ୍ୟ କାରଣ ବୋଲି ନାସା ପକ୍ଷରୁ କୁହାଯାଇଛି। ତେବେ ଏହି ଧୂଆଁକୁ ରୋକା ନଗଲେ ଆଗାମୀ ଦିନରେ ପରିଣାମ ଅଧିକ ବିଗିଡ଼ଇବାରେ ଲାଗିପାରେ ବୋଲି ଆଶଙ୍କା କରାଯାଉଛି।
ତେବେ ହରିୟାଣାରୁ ଆସୁଥିବା ଏହି ଧୂଆଁ ପ୍ରଭାବରେ ଦିତ୍ଲୀ ଆକାଶ ଦିନ ତମାମ ଧୂଆଁଳିଆ ରହିବା ସହ ଲୋକଙ୍କୁ ଅଣନିଶ୍ୱାସୀ କରିପକାଉଛି। ତେବେ ହରିୟାଣାର ଆଖପାଖ ଅଞ୍ଚଳ ନୋଏଡ଼ା, ଗ୍ରେଟର ନୋଏଡ଼ା, ଗାଜିଆବାଦ, ବାଗପତ୍‍, ମୁରଥଲ୍‍, ଫରିଦାବାଦ ଆଦି ସ୍ଥାନରେ ବିଶେଷ ପ୍ରଭାବ ପକାଉଥିବା ରିପୋର୍ଟ ପ୍ରକାଶ ପାଇଛି। ତେବେ ଆଗାମୀ ଦିନରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାନଗଲେ ପରିଣାମ ଭୟାବହ ହେବ ବୋଲି ଆଶଙ୍କା କରାଯାଉଛି।
ଅନ୍ୟପଟେ ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ନଭେମ୍ବର ୧୪ ତାରିଖ ପର୍ୟ୍ୟନ୍ତ ଅଡ଼-ଇଭିନ୍‍ ନିୟମ ଲାଗୁ କରୁଥିଲେ। ତେବେ ଏପର୍ୟ୍ୟନ୍ତ ବାୟୁ ପ୍ରଦୂଷଣ କମିବା ପରିବର୍ତ୍ତେ ବଢ଼ିବାକୁ ଲାଗିଥିବାରୁ ଏହି ନିୟମକୁ ଅଧିକ ଦିନ ପର୍ୟ୍ୟନ୍ତ ଲାଗୁ କରାଯାଇପାରେ।

Comments are closed.