ନୂଆଦିଲ୍ଲୀ : ସୁରେଶ ରାଇନା ଆଉ ଆଇପିଏଲ୍ ଖେଳିବେନି । କ୍ରିକେଟ୍ର ସବୁ ଫର୍ମାଟରୁ ସେ ଅବସର ଘୋଷଣା କରିଛନ୍ତି । ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରି ରାଇନା ଏହି ସୂଚନା ଦେଇଛନ୍ତି । ସେ ଟ୍ୱିଟ୍ରେ ଲେଖିଛନ୍ତି । ଦେଶ ତଥା ଉତ୍ତରପ୍ରଦେଶ ପାଇଁ ପ୍ରତିନିଧିତ୍ୱ କରିବା ଗର୍ବର ବିଷୟ । କ୍ରିକେଟ୍ର ସବୁ ଫର୍ମାଟରୁ ମୁଁ ଅବସର ଘୋଷଣା କରିବାକୁ ଚାହୁଁଛି । ମୋର ଦକ୍ଷତା, ମୋ ଉପରେ ବିଶ୍ୱାସ ଓ ସମର୍ଥନ କରିଥିବା ପାଇଁ ବିସିସିଆଇ, ଉତ୍ତଚ୍ଚରପ୍ରଦେଶ କ୍ରିକେଟ ଆସୋସିଏସନ୍, ଆଇପିଏଲ୍ ଦଳ ଚେନ୍ନାଇସୁପରକିଙ୍ଗ୍ସ, ରାଜୀବ ଶୁକ୍ଳା ସାର୍ ଓ ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ବୋଲି ରାଇନା ଟ୍ୱିଟରରେ ଲେଖିଛନ୍ତି ।
୨୦୨୦ ଅଗଷ୍ଟ ୧୫ ତାରିଖରେ ଧୋନିଙ୍କ ସହ ରାଇନା ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଇଥିଲେ । ଏବେ ଘରୋଇ କ୍ରିକେଟରୁ ମଧ୍ୟ ଅବସର ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ରାଇନା ।
ଆଇପିଏଲ୍ରେ ରାଇନା ୨୦୫ଟି ମ୍ୟାଚ ଖେଳି ୫୫୨୮ ରନ୍ କରିଥିଲେ । ସେ ଚେନ୍ନାଇ ସୁପରକିଙ୍ଗ୍ସ ରାଇନା ଆଇପିଏଲ୍ରେ ଚେନ୍ନାଇ ପାଇଁ ଖେଳୁଥିଲେ । ଆଇପିଏଲ୍-୨୦୨୨ ନିଲାମରେ ଚେନ୍ନାଇ ତାଙ୍କୁ କିଣି ନଥିଲା । ଅନ୍ୟ କୌଣସି ଫ୍ରାଞ୍ଚାଇଜ୍ କିଣିବା ପାଇଁ ଆଗ୍ରହ ଦେଖାଇନଥିଲେ । ବିସିସିଆଇରୁ ଏନ୍ଓସି ପାଇବା ପରେ ରାଇନା ଦେଶ ତଥା ବିଦେଶରେ ବିଭିନ୍ନ ଲିଗ୍ ଖେଳିବା ପାଇଁ ଉପଲବ୍ଧ ହେବେ । ସେପେଫମ୍ବର ୧୦ରୁ ସଡ଼କ ସୁରକ୍ଷା ବିଶ୍ୱ ସିରିଜ୍ରେ ରାଇନା ଖେଳିବାକୁ ଯାଉଛନ୍ତି । ସପ୍ତାହେ ହେବ ରାଇନା ଜୋରଦାର ଅଭ୍ୟାସ କରୁଛନ୍ତି । ଦ.ଆଫ୍ରିକା, ଶ୍ରୀଲଙ୍କା ଏବଂ ୟୁଏଇର ଟି-୨୦ ଲିଗ୍ ପାଇଁ ଯୋଗାଯୋଗ କରାଯାଉଛି ବୋଲି ରାଇନା ସୂଚନା ଦେଇଛନ୍ତି ।

Comments are closed.