ଦିଲ୍ଲୀ: ମେ ୧୧: ଦେଶଦ୍ରୋହ ଆଇନ ଉପରେ ସୁପ୍ରିମ୍ କୋର୍ଟ ରହିତାଦେଶ ଜାରି କରିଛନ୍ତି । ତେବେ ଏହି ଦେଶଦ୍ରୋହ ଆଇନ ମାମଲା ଶୁଣାଣି କରୁଥିବା ସୁପ୍ରିମ୍ କୋର୍ଟଙ୍କୁ ସଲିସିଟର୍ ଜେନେରାଲ୍ ତୁଷାର ମେହେଟା ଚ୍ୟାଲେଞ୍ଜ କରିଛନ୍ତି । ସେ କହିଛନ୍ତି ଯେ , ଆଇନର ପୁନର୍ବାର ପାଇଁ କେନ୍ଦ୍ର ସରକାର ଚିଠା ପ୍ରସ୍ତୁତ କରିଛନ୍ତି ।
ଦେଶଦ୍ରୋହ ଆଇନ ସଂକ୍ରାନ୍ତରେ ଉଲ୍ଲେଖ କରି ପଡ଼ିରହିଥିବା ମାମଲାଗୁଡ଼ିକ ବିଷୟରେ କହିବାକୁ ଯାଇ ତୁଷାର କହିଛନ୍ତି ଯେ, ଏହା ହେଉଛି ଗୋଟାଏ ଧର୍ତ୍ତବ୍ୟ ଅପରାଧ । ପଡ଼ିରହିଥିବା ପ୍ରତି ଅପରାଧର ଗୁରୁତ୍ୱ ବିଷୟରେ ଆମେ ଜାଣିନାହୁଁ । ଆତଙ୍କବାଦ, କଳାଟଙ୍କା ଧଳା କରିବା ଅଥବା ଅନ୍ୟ କୌଣସି ଅପରାଧ ଥାଇ ପାରେ ।
ସୂଚନା ଅନୁସାରେ, ଏହି ସମୀକ୍ଷା ଶେଷ ନହେବା ପର୍ଯ୍ୟନ୍ତ ଧାରା ୧୨୪(ଏ)ରେ ଥିବା ଏହି ଆଇନ ବଳରେ କୌଣସି ମାମଲା ରୁଜୁ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି । ଯଦି ଉପଯୁକ୍ତ କାରଣ ଓ ସାକ୍ଷୀ ଥାଇ ଜଣେ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ପାହ୍ୟାର ଅଧିକାରୀ କହନ୍ତି, ତେବେ ଯାଇ ଦେଶଦ୍ରୋହ ଅଭିଯୋଗର ଏଫ୍ଆଇଆର୍ ପଞ୍ଜୀକରଣ କରାଯାଇ ପାରିବ ।
ଦେଶଦ୍ରୋହ ଆଇନର ସତ୍ୟତା ଓ ବୈଧ୍ୟତାକୁ ଚାଲେଞ୍ଜ କରି ଆଗତ ଏକ ପିଟିସନ୍କୁ ସୁପ୍ରିମ୍ କୋର୍ଟ ଏହି ଶୁଣାଣି କରିଛନ୍ତି । କେତେକ ସରକାର ଏହି ଆଇର ଅପବ୍ୟବହାର କରି ରାଜନୈତିକ ଫାଇଦା ହାସଲ କରୁଛନ୍ତି ବୋଲି କୁହାଯାଉଛି । ସେଥିପାଇଁ ଏହି ଆଇନକୁ ସର୍ବସାଧାଣରେ ବିଶ୍ଳେଷଣ କରାଯାଉଛି ।

Comments are closed.