୭ଦିନିଆ ଭବ୍ୟ ଉତ୍ସବରେ ବାହାହେଲେ ବ୍ରୁନେଇ ସୁଲ୍‌ତାନ୍‌ଙ୍କ ଝିଅ

ବ୍ରୁନେଇ ଦେଶର ରାଜକୁମାରୀ ନିକଟରେ ୭ ଦିନ ଧରି ମହାଆଡ଼ମ୍ବରରେ ବିବାହା କରିଛନ୍ତି । ଏକ ସପ୍ତାହ ଧରି ଚାଲିଥିବା ସେହି ଭବ୍ୟ ବିବାହ ଏବେ ବିଶ୍ୱର ନାମୀଦାମୀ ବିବାହ ତାଲିକାରେ ସାମିଲ ହୋଇଛି ।

୭ଦିନିଆ ଭବ୍ୟ ଉତ୍ସବରେ ବାହାହେଲେ ବ୍ରୁନେଇ ସୁଲ୍‌ତାନ୍‌ଙ୍କ ଝିଅ
ବ୍ରୁନେଇର ସୁଲ୍‌ତାନ୍‌ଙ୍କ ଝିଅ ତଥା ରାଜକୁମାରୀ ଫାଦ୍‌ଜିଲ୍ଲା ଲୁବାବୁଲ୍‌ ଇରାକୀ ଏବଂ ସମ୍ପ୍ରତି କାନଡାରେ ବାସକରୁଥିବା ଅୱାଙ୍ଗ ଅବ୍‌ଦୁଲ୍ଲା ନବି ମହମୌଦ୍ଦିନ ଅଲ୍‌-ହାସମିଙ୍କୁ ବିବାହ କରିଛନ୍ତି ।

୭ଦିନିଆ ଭବ୍ୟ ଉତ୍ସବରେ ବାହାହେଲେ ବ୍ରୁନେଇ ସୁଲ୍‌ତାନ୍‌ଙ୍କ ଝିଅ
ଜାନୁଆରି ୧୬ ତାରିଖରେ ଆରମ୍ଭ ହୋଇଥିବା ଉକ୍ତ ବାହାଘର ଧାର୍ମିକ ରୀତିନୀତି ସହିତ ‘ଓମାର୍‌ ଅଲି ସେଫୁଦିନ୍‌ ମସ୍‌ଜିଦ’ରେ ୧୭ଟି ତୋପ ସଲାମୀ ହୋଇଥିଲା ।

ସୂଚନା ଅନୁସାରେ, ସୁଲ୍‌ତାନ୍‌ଙ୍କ ସରକାରୀ ବାସଭବନ ‘ଇସ୍ତାନ୍‌ ନୁରୁଲ୍‌ ଇମାନ୍‌’ଠାରେ ଉକ୍ତ ବାହାଘର ଅନୁଷ୍ଠିତ ହୋଇଥିଲା ।

୭ଦିନିଆ ଭବ୍ୟ ଉତ୍ସବରେ ବାହାହେଲେ ବ୍ରୁନେଇ ସୁଲ୍‌ତାନ୍‌ଙ୍କ ଝିଅ
ଏହା ହେଉଛି ବିଶ୍ୱର ଅନ୍ୟତମ ବୃହତ ତଥା ଆକର୍ଷିତ ରାଜପ୍ରାସାଦ । ଯେଉଁଥିରେ ୧୭୦୦ କୋଠରୀ ଏବଂ ୫୦୦୦ ଲୋକ ଧରିବା ଭଳି ଭୋଜିସଭା ଗୃହଟିଏ ରହିଛି ।

୭ଦିନିଆ ଭବ୍ୟ ଉତ୍ସବରେ ବାହାହେଲେ ବ୍ରୁନେଇ ସୁଲ୍‌ତାନ୍‌ଙ୍କ ଝିଅ
ବିବାହଟି ଏତେ ଆକର୍ଷଣୀୟ ଏବଂ ବ୍ୟୟବହୁଳ ଥିଲା ଯେ, ଅତିଥିଙ୍କ ଆଖି ଖୋସି ହୋଇଯାଇଥିଲା ।

ଅନ୍ୟପକ୍ଷରେ ରାଜକୁମାରୀଙ୍କ ନୂଆ ସ୍ୱାମୀଅଲ୍‌-ହାସମଙ୍କ ସମ୍ପର୍କରେ ବିଶେଷ କିଛି ଖବର ମିଳିପାରିନାହିଁ ।

୭ଦିନିଆ ଭବ୍ୟ ଉତ୍ସବରେ ବାହାହେଲେ ବ୍ରୁନେଇ ସୁଲ୍‌ତାନ୍‌ଙ୍କ ଝିଅ
ରାଜପରିବାର ତାଙ୍କ ପରିଚୟ ଗୁପ୍ତ ରଖିଥିଲେ । ତେବେ ଆଞ୍ଚଳିକ ଗଣମାଧ୍ୟମ ଅଲ୍‌-ହାସମଙ୍କୁ ‘ହ୍ୟାଣ୍ଡସମ୍‌ ଫରେନର୍‌’ ବୋଲି ଲେଖିଛନ୍ତି ।

ସୂଚନା ଅନୁସାରେ, ବାହାଘରରେ ପିନ୍ଧିବା ପାଇଁ ରାଜକୁମାରୀ ତାଙ୍କର ସାବତ ମାଆ ତଥା ବ୍ରୁନେଇର ରାଣୀଙ୍କଠାରୁ ହୀରା ମୁକୁଟ ଏବଂ ମୋତି-ହୀରା ଗଳାହାର ସମେତ ବହୁ ମୂଲ୍ୟବାନ୍‌ ଅଳଙ୍କାର ଉଧାର ଆଣିଥିଲେ ।
୭ଦିନିଆ ଭବ୍ୟ ଉତ୍ସବରେ ବାହାହେଲେ ବ୍ରୁନେଇ ସୁଲ୍‌ତାନ୍‌ଙ୍କ ଝିଅ
ଏହି ମୁକୁଟରେ ବଡ଼ ମୋତି ଆକୃତିର ହୀରାଖଣ୍ଡମାନ ହୋଇଛି । ମାଲେସିଆର ଲୋକପ୍ରିୟ ଡିଜାଇନର୍‌ ବର୍ଣ୍ଣାଡ୍‌ ଚନ୍ଦ୍ରନତା ତାଙ୍କ ବାହଘର ପୋଷାକ ପ୍ରସ୍ତୁତ କରିଥିଲେ ।

ବ୍ରୁନେଇ ସୁଲତାନ ହେେଉଛନ୍ତି ବିଶ୍ୱର ଅନ୍ୟତମ ଧନଶାଳୀ ରାଜବଂଶଜ । ଫୋର୍ବସ୍‌ଦ ପତ୍ରିକା ରିପୋର୍ଟ ଅନୁସାରେ, ତାଙ୍କ ସମ୍ପତ୍ତିର ମୂଲ୍ୟ ୨୦ ବିଲିୟନ୍‌ ଡଲାରରୁ ଅଧିକ ହେବ ।

Govt

Comments are closed.