ସୋସିଆଲ ମିଡିଆରେ ଏଭଳି ଅନେକ ଘଟଣା ଭାଇରାଲ ହୋଇଥାଏ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ସେହିଭଳି ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଅଷ୍ଟ୍ରେଲିଆର ଜଣେ ଭିଜୁଆଲ ଆର୍ଟିଷ୍ଟ ନିଶ କେଶରୁ ଏକ ନିଆରା ସୁଟ ପ୍ରସ୍ତୁତ କରିଛନ୍ତି । ପାମେଲା କ୍ଲିମ୍ୟାନ୍ ପାସି ନାମକ ଆର୍ଟିଷ୍ଟ ଏହାକୁ ମୋବମ୍ବର ମୁଭମେଣ୍ଟ ପାଇଁ ପ୍ରସ୍ତୁତ କରିଛନ୍ତି । ଏହା ସେ ପୁରୁଷମାନଙ୍କର ମାନିସକ ଓ ଶାରିରୀକ ସ୍ୱାସ୍ଥ୍ୟକୁ ପ୍ରତିପାଦିତ କରିବାକୁ ପ୍ରସ୍ତୁତ କରିଥିବା ପ୍ରକାଶ କରିଛନ୍ତି । ଏହା ଦୁନିଆର ପ୍ରଥମ କୋଟ ଯାହାକୁ ନିଶ କେଶରୁ ପ୍ରସ୍ତୁତ କରାଯାଇଛି । ତେବେ ଏହି କୋଟପାଇଁ କେଶ ଦାନରେ ଗ୍ରହଣ କରାଯାଇଛି । ଏଥିରେ ଅନେକ ପୁରୁଷ ଯେଉଁମାନେ ମାନସିକ ଓ ଶାରିରୀକ ଅସୁସ୍ଥତାରେ ଅଛନ୍ତି ସେମାନେ ଦାନ କରିଛନ୍ତି । ଏହି କୋଟରେ ପୁରୁଷଙ୍କ ପାଇଁ ବିଭିନ୍ନ ବାର୍ତ୍ତା ମଧ୍ୟ ପ୍ରଦାନ କରାଯାଇଛି । ସୋସିଆଲ ମିଡିଆରେ ଏହା ଖୁବ ଭାଇରାଲ ହେବାରେ ଲାଗିଛି ।
