ନିଶରୁ ତିଆରି ପୋଷାକ

ଅଷ୍ଟ୍ରେଲିଆ: ବିଶେଷକରି ଜୀବଜନ୍ତଙ୍କୁ ଲୋମରୁ ନିର୍ମିତ ପୋଷାକ ଆପଣ ନିଶ୍ଚୟ ଦେଖିଥିବେ, କି;ୁ ଆପଣ କେବେ ମଣିଷ କେଶରୁ ତିଆରି ଏକ ସୁଟ୍‌ ବିଷୟରେ ଜାଣିଛନ୍ତି କି? ଏହା ଆପଣଙ୍କୁ ଯେତିକି ଅଜବ ଲାଗୁଛି, ଏହା ସମାନ ଭାବରେ ସେତିକି ଘୃଣ୍ୟ ମଧ୍ୟ । ହେଲେ ଅଷ୍ଟ୍ରେଲିଆର ଏକ କମ୍ପାନୀ ମଣିଷଙ୍କ ନିଶରୁ ସୁଟ୍‌ ପ୍ରସ୍ତୁତ କରିଛି , ଯାହା ଆଲୋଚନାର ବିଷୟବସ୍ତୁ ପାଲଟିଛି । ଅଷ୍ଟ୍ରେଲିଆର ଏକ ପୁରୁଷ ପୋଷାକ କମ୍ପାନୀ ‘ପଲିଟିକ୍‌ସ ମେନସେୱର୍‌’ ଦ୍ୱାରା ଏହି ଅଜବ ସୁଟ୍‌ ପ୍ରସ୍ତୁତ କରାଯାଇଛି । ଏହି ବ୍ରାଣ୍ଡ ଭିଜୁଆଲ୍‌ ଆର୍ଟିଷ୍ଟ ପାମେଲା କ୍ଲିମାନ ପାସିଙ୍କ ସହଯୋଗରେ ଏହି ଅନନ୍ୟ ସୁଟ୍‌ ଡିଜାଇନ୍‌ କରିଛି । ମୁଭେମ୍ବର ନାମକ ଏକ ବାର୍ଷିକ କାର୍ଯ୍ୟକ୍ରମରେ ଏହି ସୁଟ୍‌କୁ ପ୍ରଦର୍ଶିତ କରାଯାଇଥିଲା ।
ନିଶରୁ ତିଆରି ପୋଷାକ

ଏହି ଇଭେଣ୍ଟ ପାଇଁ ବିଶ୍ୱର ବିଭିନ୍ନ ସ୍ଥାନରୁ ପୁରୁଷମାନଙ୍କୁ ସେମାନଙ୍କର ନିଶ ବଢ଼ାଇବାକୁ କୁହାଯାଇଥାଏ । କେବଳ ସେତିକି ନୁହେଁ ଏହା ପୁରୁଷମାନଙ୍କୁ ରୋଗ ବିଷୟରେ ଅବଗତ କରାଇବା ପାଇଁ ଏକ ସଚେତନଧର୍ମୀ କାର୍ଯ୍ୟକ୍ରମ । କମ୍ପାନୀ ଏହି ସ୍ୱତନ୍ତ୍ର ସୁଟ୍‌କୁ ପ୍ରସ୍ତୁତ କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ମଣିଷଙ୍କ ନିଶକୁ ବ୍ୟବହାର କରିଛି । ତେବେ ଏହି ଅଜବ ସୁଟ୍‌ର ନାମ ‘ମୋ-ହେୟାର ସୁଟ୍‌’ରଖାଯାଇଛି । ମେଲବର୍ଣ୍ଣର ବାସିନ୍ଦା ତଥା ଭିଜୁଆଲ୍‌ ଆର୍ଟିଷ୍ଟ ପାମେଲା ଏହି ସୁଟ୍‌ ତିଆରି କରିବା ପାଇଁ ବିଭିନ୍ନ ସେଲୁନୁରୁ ନିଶର କେଶ ସଂଗ୍ରହ କରିଥିଲେ ।
ନିଶରୁ ତିଆରି ପୋଷାକ

ଏହି ବିଶେଷ ପ୍ରୋଜେକଫ ପାଇଁ ଲୋକମାନେ ନିଜର ନିଶର କଟିଂ କରି ପାମେଲାଙ୍କୁ ସେମାନଙ୍କର ପ୍ୟାକେଟ୍‌ ପଠାଉଥିଲେ । ଏହାପରେ ପାମେଲା ସୂତା କପଡ଼ା ସହ ଏହି କେଶକୁ ମିଶାଇ ସିଲେଇ କରି ଏକ ଫ୍ୟାବ୍ରିକ ପ୍ରସ୍ତୁତ କରିଥିଲେ । ଏହାପରେ ପଲିଟିକ୍ସ କମ୍ପାନୀ ସାହାଯ୍ୟରେ ଏଥିରୁ ଏକ ସୁଟ୍‌ ତିଆରି କରିଥିଲେ । ତେବେ ଲୋକଙ୍କୁ କୁଣ୍ଡେଇ ନହେବା ପାଇଁ ଏହି ସୁଟ୍‌ରେ ଖାସ୍‌ ଧ୍ୟାନ ରଖାଯାଇଛି । ତେବେ ଏହି ସୁଟ୍‌ ମାଧ୍ୟମରେ ଜନସାଧାରଣଙ୍କୁ ଏକ ବାର୍ତ୍ତା ଦିଆଯାଇଛି ଯେ ଏଥିରେ ଏକ ଭଲ କାରଣ ଅଛି, ତେଣୁ ଏହାକୁ ଘୃଣ୍ୟ ଭାବ;ୁ ନାହିଁ ।

Launching Ceremony of “AYUSHMAN BHARAT

Comments are closed.