ପ୍ରଦୂଷଣରେ ରୁହନ୍ତୁ ସୁସ୍ଥ

ବର୍ତ୍ତମାନ ବାୟୁ ପ୍ରଦୂଷଣ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ଏହି କାରଣରୁ ବିଭିନ୍ନ ଗୁରୁତର ରୋଗ ଦେଖିବାକୁ ମିଳୁଛି । ତେବେ ପ୍ରଦୂଷିତ ଅଞ୍ଚଳରେ ବେଶି ରିସ୍କରେ ରହିଥାଆନ୍ତି ବୁଢା ଲୋକ ଏବଂ ଛୋଟ ପିଲା । ଏହି ସମୟରେ ସେମାନଙ୍କର ବିଶେଷ ଯନି ନେବାକୁ ହୋଇଥାଏ । ସେମାନଙ୍କର ଖାଇବା ପିଇବା ଠାରୁ ଆରମ୍ଭ କରି ବାହାରକୁ ଯିବା ସମୟରେ ବିଭିନ୍ନ କଥାର ଧ୍ୟାନ ରଖିବାକୁ ହୋଇଥାଏ । ତେବେ ଏହି ସମୟରେ ନିର୍ଦ୍ଧିଷ୍ଟ କେତୋଟି କଥାର ଧ୍ୟାନ ରଖିବାକୁ ହୋଇଥାଏ, ଯେପରି
ବ୍ୟାୟାମ – ପ୍ରତିଦିନ କିଛିକିଛି ବ୍ୟାୟାମ କରିବା ଦ୍ୱାରା ଆମର ହାର୍ଟ ଓ ଫୁସ୍‌ଫୁସ୍‌ ସୁସ୍ଥ ରହିଥାଏ । ପ୍ରଦୂଷଣର ପ୍ରଭାବକୁ ସହିବାକୁ ଆମ ଶରୀର ବ୍ୟାୟାମରୁ ଶକ୍ତି ପାଇଥାଏ । ତେବେ ବୟସ୍କମାନେ ଏହି ସମୟରେ ଘର ଭିତରେ ରହି ବ୍ୟାୟାମ କରିବାର ଆବଶ୍ୟକତା ରହିଛି ।
ମାସ୍କ – କେବଳ କରୋନା ସଂକ୍ରମଣ ନୁହେଁ ବାୟୁ ପ୍ରଦୂଷଣରୁ ବର୍ତ୍ତିବା ପାଇଁ ମଧ୍ୟ ମାସ୍କ ଜରୁରୀ । ବାହାରକୁ ଯିବା ସମୟରେ ମାସ୍କ ପିନ୍ଧିବାକୁ ଭୁଲନ୍ତୁ ନାହିଁ । ବିଶେଷଭାବେ ପ୍ରଦୂଷଣ ରୋକିପାରୁଥିବା ମାସ୍କକୁ ପିନ୍ଧନ୍ତୁ । ମାସ୍କ ପିନ୍ଧିଲେ କେତେକାଂଶରେ ପ୍ରଦୂଷଣରୁ ରକ୍ଷା ମିଳିଥାଏ ।

Govt

Comments are closed.