ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟରେ ୧୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏନେଇ ଆଜି ରାଜ୍ୟ ସରକାରଙ୍କ କ୍ୟାବିନେଟର ଏକ ଗରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସେହି ୧୭ଟି ପ୍ରସ୍ତାବରେ ବିବିଧ କୃଷି ଯୋଜନା ପାଇଁ ସ୍ୱତନ୍ତ୍ର ପାଣ୍ଠିକୁ ଅନୁମୋଦନ କରାଯାଇଛି । ଏହାସହିତ ପ୍ରସ୍ତାବରେ ନୂତନ ବନ୍ଦର ନୀତି, ଓଡିଶାରେ ହକି ବିଶ୍ୱକପ ଉତ୍ସବ ପାଳନ ରହିଛି । ସେହିପରି ଓୟୁଟିଆର୍ ରୂପାନ୍ତରଣରେ ୧୭ଶହ କୋଟି ଖର୍ଚ୍ଚ ହେବ ଏବଂ କଟକ ଜିଲ୍ଲାରେ ହାଡୁଆ ନଦୀରେ ଜଳ ଭଣ୍ଡାର ନିର୍ମାଣ କରାଯିବ । ରାଜ୍ୟ ଶିଶୁ ନୀତି-୨୨ ପ୍ରାରମ୍ଭକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଏହି ବିଶ୍ୱକପ୍ ହକି ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯିବ । ଜାନୁଆରୀ ୧୩ ତାରିଖରୁ ୨୯ ତାରିଖ ଯାଏ ବିଶ୍ୱକପ୍ ହକି ମ୍ୟାଚ ଖେଳାଯିବ ।
ଅନ୍ୟପଟରେ, ରାଉରକେଲାରେ ମୋ ବସ୍ ସେବାର ଶୁଭାରମ୍ଭ ନେଇ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଛି । ରାଜ୍ୟ କ୍ୟାବିନେଟରେ ଶିଶୁ ନୀତି ପ୍ରାରମ୍ଭ ଆଣିବା ନେଇ ମୋହର ଲାଗିଛି । ଏହି କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟର ଶିଶୁଙ୍କ ସୁରକ୍ଷା ଓ ବିକାଶ ଉପରେ ଗୁରୁତ୍ୱ ରହିବ ବୋଲି କୁହାଯାଉଛି ।
ଓୟୁଟିଆର ମାଷ୍ଟର ପ୍ଲାନକୁ ମଧ୍ୟ ଅନୁମୋଦନ ମିଳିଛି । ଏନେଇ ହେବାକୁ ଥିବା ରୂପାନ୍ତରଣଷର ୧୫ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିଭଳି କଟକ ହାଡୁଆ ନଦୀରେ ହେବ ଜଳ ଭଣ୍ଡାର । ଏହି ଜଳ ଭଣ୍ଡାର ପ୍ରୋଜେକଫରେ ଖର୍ଚ୍ଚ ହେବ ୨୨୫ ଶହ କୋଟି ଟଙ୍କା । ଏହି ଜଳଭଣ୍ଡାର କାର୍ଯ୍ୟକ୍ଷମ ହେଲେ ନରସିଂହପୁର, କଟକ, ତିଗିରିଆ, ବଡମ୍ବା ଆଦି ଅଞ୍ଚଳରେ ଚାଷଜମି ଜଳସେଚିତ ହେବ ।

Comments are closed.