ରାଜ୍ୟ ବିଜେପି ସଭାପତିଙ୍କ ନୂଆଦିଲ୍ଲୀ ଗସ୍ତ

0

ଭୁବନେଶ୍ୱର :ନୂଆଦିଲ୍ଲୀ ଗସ୍ତରେ ଗଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କିଛି କେନ୍ଦ୍ରୀୟ ନେତାଙ୍କୁ ଭେଟିବା ନେଇ କାର୍ଯ୍ୟକ୍ରମ ରହିଥିବା ସୂଚନା ରହିଛି। ଗତକାଲି ଠାରୁ ମୁଖ୍ୟମନ୍ତ୍ରୀ ଵି ଦିଲ୍ଲୀ ଗସ୍ତରେ ଥିବା ବେଳେ ରାଜ୍ଯ ସଭାପତିଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ବଢିଛି। ରାଜ୍ୟ କମିଟି, ବୋର୍ଡ ନିଗମ ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ତେବେ ଏସବୁ ଭିତରେ ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ମଧ୍ଯ ଚର୍ଚ୍ଚା ଜୋର୍ ଧରିଛି । ଏହି ଚର୍ଚ୍ଚା ଭିତରେ ମନମୋହନ ସାମଲ ବାରମ୍ୱାର ଦିଲ୍ଲୀ ଗସ୍ତ କରିଛନ୍ତି । ଏହାରି ଭିତରେ ଅନୁମାନ କରାଯାଉଛି ଯେ ରାଜ୍ୟ ମନ୍ତ୍ରିମଣ୍ଡଳ ନିଷ୍ପତ୍ତି ପାଇଁ ଦିଲ୍ଲୀରେ କେନ୍ଦ୍ର ବିଜେପି ସହ ମାରାଥାନ ବୈଠକ ହେଉଥାଇପାରେ ଯାହା ଫଳରେ କିଛି ବଡ ନିଷ୍ପତ୍ତି ନିଆଯାଇପାରେ ।

Govt
Leave A Reply

Your email address will not be published.