ଦୁବାଇ : ଏସିଆ କପ୍ ଟି-୨୦ ପ୍ରତିଯୋଗିତାର ଗ୍ରୁପ୍ ବି’ର ଶେଷ ମ୍ୟାଚରେ ବାଂଲାଦେଶ ଦଳ ଶ୍ରୀଲଙ୍କା ସମ୍ମୁଖରେ ୧୮୪ ରନ୍ର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି । ଏହି କର ବା ମର ମ୍ୟାଚରେ ବାଂଲାଦେଶ ୨୦ ଓଭରରେ ୭ ୱିକେଟ୍ ହରାଇ ୧୮୩ ରନ୍ର ବଡ଼ସ୍କୋର କରିଥିଲା । ଶେଷଥର ସୁଦ୍ଧା ଶ୍ରୀଲଙ୍କା ୫ ଓଭରରେ ଏକ ୱିକେଟ୍ ହରାଇ ୪୫ ରନ୍ କରିଥିଲା ।
ଶ୍ରୀଲଙ୍କା ଅଧିନାୟକ ଦଶନ ସନକା ଟସ୍ ଜିତି ବାଂଲାଦେଶକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ମେହିଦି ହାସନ ମିର୍ଜାଙ୍କ ସହ ପାଳି ଆରମ୍ଭ କରିଥିଲେ ସବିର ରହମାନ । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ହାରିଥିବାରୁ ସୁପର-୪ରେ ପାଳି ପMା କରିବା ପାଇଁ ଏହି ମ୍ୟାଚ କର ବା ମର ଥିଲା । ତେଣୁ ବାଂଲାଦେଶ ଆରମ୍ଭରୁ ବଡ଼ ସ୍କୋର ଆଡେ ମୁହାଁଇଥିଲା । ସବିର ମାତ୍ର ୫ ରନ୍ କରି ପାଭିଲିୟନ୍ ଫେରିଥିଲେ । କି;ୁ ମେହିଦୀ ୨୬ ବଲ୍ରୁ ୩୮, ଅଧିନାୟକ ସାକିବ ଅଲ୍ହାସନ ୨୨ ବଲ୍ରୁ ୨୪ ରନ୍, ଆଫିଫ ହୁସେନ ୨୨ ବଲ୍ରୁ ୩୯ ରନ୍, ମହମ୍ମଦୁଲ୍ଲା ୨୨ ବଲ୍ରୁ ୨୭, ମୋସାଦେକ ହୁସେନ ଅପରାଜିତ ୨୪ ରନ୍ କରିବାରୁ ବାଂଲାଦେଶ ୨୦ ଓଭରରେ ୭ ୱିକେଟ୍ ହରାଇ ୧୮୩ ରନ୍ର ବଡ଼ସ୍କୋର କରିପାରିଥିଲା । ଚାମିକା କରୁଣାରତ୍ନେ ଓ ୱାନିନ୍ଦୁ ହସରଙ୍ଗା ୨ଟି କରି ୱିକେଟ୍ ସଫଳତା ହାସଲ କରିଥିବା ବେଳେ ଦିଲସାନ ମଦୁସଙ୍କା, ମହେଶ ଥେକସାନ ଓ ଅସିଥ ଫର୍ଣ୍ଣାଣ୍ଡୋ ଗୋଟିଏ କରି ୱିକେଟ୍ ସଫଳତା ହାସଲ କରିଥିଲେ ।
୧୮୪ ରନ୍ର ବିଜୟଲକ୍ଷ୍ୟକୁ ପିଛା କରିଥିଲା ଶ୍ରୀଲଙ୍କା । ପାଥୁମ ନିଶାଙ୍କଙ୍କ ସହ କୁଶଲ ମେଣ୍ଡିସ ପାଳି ଆରମ୍ଭ କରି ପ୍ରଥମ ୱିକେଟ୍ ପାଇଁ ୪୫ ରନ୍ ସଂଗ୍ରହ କରିଥିଲେ । କୁଶଲ ୧୪ ବଲ୍ରୁ ୨୪ ରନ୍ କରି ଅପରାଜିତ ଥିବା ବେଳେ ପାଥୁମ ୨୦ ରନ୍ କରି ଇବାଦତ ହୁସେନଙ୍କ ଶିକାର ହୋଇଥିଲେ ।
Comments are closed.