ସାମଗ୍ରୀ – ୨କପ୍ ଅଟା, ୨କପ୍ କଟାହୋଇଥିବା ପାଳଙ୍ଗ ଶାଗ, ଏକ କପ୍ କଟାହୋଇଥିବା ମୂଳା ପତ୍ର, ଏକ ଚାମଚ ଭଜା ଜିରା ଗୁଣ୍ଡ, ଏକ ଚାମଚ ଲଙ୍କାଗୁଣ୍ଡ, ଅଳ୍ପ ପରିମାଣ ଗରମ ମସଲା, ଲୁଣ ସ୍ୱାଦ ଅନୁସାରେ ।
ପ୍ରଣାଳୀ – ପ୍ରଥମେ ମିଡିଅମ୍ ଆଞ୍ଚରେ ତେଲ ଗରମ କରନ୍ତୁ ଏଥିରେ ପାଳଙ୍ଗ ଓ ମୂଳା ପତ୍ର, ଗରମ ମସଲା, ଲଙ୍କା ଗୁଣ୍ଡ, ଭଜା ଜୀରା ଗୁଣ୍ଡ ସହ ଲୁଣ ପକାଇ ଭାଜନ୍ତୁ । ଶାଗରୁ ପାଣି ଛାଡିବା ପରେ ଗ୍ୟାସ୍ ବନ୍ଦ କରିନିଅନ୍ତୁ ଏବଂ ଏହାକୁ ଥଣ୍ଡା କରିବା ପାଇଁ ଛାଡନ୍ତୁ । ଏହାପରେ ଅଟା ଚକଟା ପ୍ରସ୍ତୁତ କରନ୍ତୁ । ପୂର୍ବ ପ୍ରସ୍ତୁତ ଶାଗ ଷ୍ଟଫିଙ୍ଗ ଦେଇ ପରଟା ଆକାରରେ ବେଲନ୍ତୁ । ଏହାକୁ ଅଳ୍ପ ତେଲ କିମ୍ବା ଘିଅ ଦେଇ ସେକି ନିଅନ୍ତୁ । ପ୍ରସ୍ତୁତ ହୋଇଗଲା ପାଳଙ୍ଗ ମୂଳା ପରଟା । ଏହାକୁ ଚଟଣୀ କିମ୍ବା ଦହି ସହିତ ପରଷନ୍ତୁ ।

Comments are closed.