ନଡିଆ ଖୋଳରୁ ମାସ୍କ

0

ଇଣ୍ଡୋନେସିଆ, ପେ୍‌ଟେମ୍ବର ୧୧: କରୋନା ସମୟରେ ମାସ୍କ ଓ ସାନିଟାଇଜରକୁ ନେଇ ଅନେକ ଘଟଣା ଭାଇରାଲ ହୋଇଛି । ସେଥିରେ କେତେକ ଖବର ହୃଦୟସ୍ପର୍ଶୀ ଥିବା ବେଳେ କେତେକ ଲୋକଙ୍କୁ ହସର ଖୋରାକ ଯୋଗାଇଛି । ସେହିଭଳି ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହା ଲୋକଙ୍କୁ ହସର ଖୋରାକ ଯୋଗାଉଛି । ଇଣ୍ଡୋନେସିଆର ଜଣେ ବ୍ୟକ୍ତି ନଡିଆ ଖୋଳରୁ ତିଆରି ହୋଇଥିବା ମାସ୍କ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି । ଇଣ୍ଡୋନେସିଆର ୪୪ ବର୍ଷୀୟା ଏହି ବ୍ୟକ୍ତି ଏକ ପାର୍କରେ ଜଗୁଆଳି ଭାବେ କାର୍ଯ୍ୟରତ । ସେ ଏକ ନଡିଆ ଖୋଳରୁ ପ୍ରସ୍ତୁତ ମାସ୍କ ପିନ୍ଧିଥିବାର ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ଲୋକ ଜାଣିଛନ୍ତି । ଘଟଣାଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହା ଉପରେ ସ୍ଥାନୀୟ ପୋଲିସ୍‌ର ନଜର ପଡିଥିଲା । ତେବେ ଏହା ପଛର କାରଣ ଜାଣିବା ପରେ ପୋଲିସ ମଧ୍ୟ ତାଙ୍କୁ କିଛି ଜରିମାନା କିମ୍ବା କଠୋର ଦଣ୍ଡ ଦେଇନଥିଲା । ସେ ଜଗୁଆଳି ହୋଇଥିବାରୁ ତାଙ୍କୁ ହୁଇସିଲ୍‌ର ବ୍ୟବହାର କରିବାକୁ ପଡିଥାଏ । ତେବେ ସାଧାରଣ ମାସ୍କରେ ହୁଇସିଲ୍‌ ବଜାଇବା ସମ୍ଭବ ନୁହେଁ । ତେଣୁ ସେ ଏହି ଉପାୟ ବାହାର କରିଥିଲେ । ସେ ଏକ ନଡିଆ ଖୋଳରେ କଣା କରିଥିଲେ, ଯେଉଁଥିରେ ସେ ହୁଇସିଲ୍‌ ରଖି ଆରାମରେ ବଜାଇ ପାରିବେ । ଘଟଣାଟି ଜଣାପଡିବା ପରେ ତାଙ୍କୁ ପୋଲିସ ପକ୍ଷରୁ ଉପଯୁକ୍ତ ମାସ୍କ ଯୋଗାଇ ଦିଆଯାଇଛି ।

Leave A Reply

Your email address will not be published.