ଇତିହାସ କଲା ‘ସ୍ପେସ୍ ଏକ୍ସ’ ଯାନ: ମହାକାଶ ଯାତ୍ରା କଲେ ୪ଜଣ ସାଧାରଣ ନାଗରିକ
ଆମେରିକା: ସେପ୍ଟେମ୍ବର ୨୦: ପ୍ରଥମ ଥର ପାଇଁ ୪ଜଣ ସାଧାରଣ ନାଗରିକ ମହାକାଶ ଯାତ୍ରା କରିଛନ୍ତି । ସେମାନେ ‘ସ୍ପେସ୍ ଏକ୍ସ’ ଯାନ ମଧ୍ୟରେ ମହାକାଶରେ ତିନି ଦିନ ବିତାଇ ଇତିହାସ ସୃଷ୍ଟି କରିଛନ୍ତି । ଏହାପୂର୍ବରୁ କେବଳ ବୈଜ୍ଞନିକ ଓ ମହାକାଶ ଗବେଷକମାନେ ମହାକାଶରେ ଦିନ ବିତାଇଥିଲେ । ସାରାଦୁନିଆରେ ଏ ହେଉଛି ପ୍ରଥମ ଘଟଣା ।
Crew of @Inspiration4x – first all-civilian human spaceflight to orbit – returns to Earth pic.twitter.com/pnjkDjnkAw
— SpaceX (@SpaceX) September 18, 2021
ଖବର ଅନୁସାରେ, ସ୍ପେସ୍ ଏକ୍ସ ଯାନଟି ସାଧାରଣ ନାଗରିକଙ୍କୁ ମହାକାଶ ପରିକ୍ରମା କରାଇ ପୃଥିବୀ ପୃଷ୍ଠକୁ ସୁରକ୍ଷିତ ଫେରାଇ ଆଣିଛି । ତିନି ଦିନ ଧରି ପୃଥିବୀର ପରକ୍ରମା କରିବା ପରେ ଯାନଟି ପୃଥିବୀ ପୃଷ୍ଠକୁ ପ୍ରତ୍ୟାବର୍ତ୍ତନ କରିଛି । ଫ୍ଲୋରିଡା ଉପକୂଳରେ ଆଟଲାଣ୍ଟିକ୍ ମହାସାଗରରେ ଗତକାଲି ଏହା ଅବତରଣ କରିଛି । ସ୍ଥାନୀୟ ସମୟ ଅନୁଯାୟୀ ସଂଧ୍ୟା ୭ଟାରେ ସମୁଦ୍ରରେ ଅବତରଣ କରିଥିଲା ବେଳେ ଭାରତୀୟ ସମୟ ଅନୁସାରେ ସାଢ଼େ ୪ଟା ବାଜିଥିଲା । ଏହି ୪ ଜଣ ମହାକାଶ ଯାତ୍ରୀ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ୧୬୦ କିମି ଉଚ୍ଚ କକ୍ଷରେ ପରିକ୍ରମା କରି ୩ ଦିନ ବିତାଇଥିଲେ । ଯାହାର ଦୃଶ୍ୟ ସ୍ପେସ୍ ଏକ୍ସ ପକ୍ଷରୁ ନିଜର ୟୁଟୁ୍ୟବ୍ ଚ୍ୟାନେଲରେ ଲାଇଭ୍ ଟେଲିକାଷ୍ଟ କରାଯାଇଥିଲା ।
Happy. Healthy. Home.
Welcome back to Earth, @ArceneauxHayley, @rookisaacman, @DrSianProctor, and @ChrisSembroski!#Inspiration4’s mission doesn’t end here — help us reach our $200 million fundraising goal for @StJude! https://t.co/NBUL2e3f4x pic.twitter.com/hhNQydWVJJ
— Inspiration4 (@inspiration4x) September 19, 2021
ବିଶିଷ୍ଟ ବ୍ୟବସାୟୀ ଏଲନ ମସ୍କଙ୍କ ଆମେରିକ ସ୍ଥିତ ‘ସ୍ପେସିଅସ୍ କମ୍ପାନୀ’ ମହାକାଶକୁ ୪ ଜଣ ସାଧାରଣ ନାଗରିକଙ୍କୁ ପଠାଇଥିଲା । ସ୍ପେସ୍ ଏକ୍ସର ଡ୍ରାଗନ୍ ଯାନରେ ୪ ଜଣ ମହାକାଶଯାତ୍ରୀ ଥିଲେ । ଏହି ମିଶନର ନାମ ରଖାଯାଇଥିଲା ‘ଇନ୍ସ୍ପିରେସନ୍-୪’ । ଏହା ହେଉଛି ପୃଥିବୀର କକ୍ଷ ପଥକୁ ଯାଇଥିବା ପ୍ରଥମ ନନ୍ ପ୍ରଫେସନାଲ ଆଷ୍ଟ୍ରୋନଟ୍ସ କ୍ରୁ ବା ସାଧାରଣ ନାଗରିକଙ୍କ ଏକଳ ଦଳ । କମ୍ପାନୀ ଦ୍ୱାରା ପ୍ରସାରିତ ଭିଡିଓରେ ୪ଜଣ ନାଗରିକ ପୃଥିବୀ ପରିକ୍ରମା ସମୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା ।
Comments are closed.