ଦୁନିଆରେ ଥିବା କିଛି ବିଚିତ୍ର ବିଲ୍‌ଡିଂ

ବିଶ୍ୱରେ ଏପରି ବହୁ ବିଚିତ୍ର ଆକାରର ବିଲ୍‌ଡିଂ ରହିଛି ଯାହା ଦେଖିଲେ ଆପଣ ନିଜ ଆଖିକୁ ମଧ୍ୟ ବିଶ୍ୱାସ କରିପାରିବେ ନାହିଁ । ଏପରି ବିଲ୍‌ଡିଂ ନିର୍ମାଣ ପାଇଁ ଇଂଜିନିୟରମାନେ ଯେ କେତେ ବୁଦ୍ଧି ଖଟାଇଥିବେ ଓ କେତେ କଠିନ ପରିଶ୍ରମ କରିଥିବେ ତାହା ଅନୁମାନ ଲଗାଇବା କଷ୍ଟ । କିନ୍ତୁ ଏଥିମଧ୍ୟରୁ କିଛି ବିଲ୍‌ଡିଂ ସେମାନଙ୍କ ଡିଜାଇନ୍‌ କାରଣରୁ ପ୍ରସିଦ୍ଧି ଅର୍ଜନ କରିଛନ୍ତି । ଏମାନଙ୍କ ମଧ୍ୟରୁ କିଛି ସାପ ଆକାରର ତ ଆଉ କିଛି ବଡ ବଡ ଝିଣ୍ଟିକା ଆକାରର । ଟ୍ୱିଟର ଆକାଉଣ୍ଟ ୟୁନିକ୍‌ ବିଲ୍‌ଡିଂରେ ପ୍ରାୟ ସମୟରେ ଏପରି ବିଲ୍‌ଡିଂର ଫଟୋ ଆସିଥାଏ ।

ଲକ୍ଷ୍ମୀ ନରସିଂହ ସ୍ୱାମୀ ମନ୍ଦିର:

ଦୁନିଆରେ ଥିବା କିଛି ବିଚିତ୍ର ବିଲ୍‌ଡିଂ
ଏହି ମନ୍ଦିର ଭାରତର ତେଲେଙ୍ଗାନା ରାଜ୍ୟରେ ଅବସ୍ଥିତ । ଏହା ହାଇଦ୍ରାବାଦ ଠାରୁ ପ୍ରାୟ ୧୫୦ କିଲୋମିଟର ଦୂରରେ ଅବସ୍ଥିତ ଶ୍ରୀକୃଷ୍ଣଙ୍କ ଏକ ମନ୍ଦିର । ଏହି ମନ୍ଦିରର ଆକାର ଏକ ବିଶାଳ ନାଗ ପରି ଓ ନାଗର ମୁଣ୍ଡରେ ଭଗବାନଙ୍କ ମୂର୍ତ୍ତି ରହିଛି । ଏହା କାଳୀୟ ନାଗ ଉପରେ ଶ୍ରୀକୃଷ୍ଣଙ୍କ ନୃତ୍ୟକୁ ଦର୍ଶାଉଛି ।

ଗ୍ରାସହୋପର ବିଲ୍‌ଡିଂ:

ଦୁନିଆରେ ଥିବା କିଛି ବିଚିତ୍ର ବିଲ୍‌ଡିଂ
ଏହି ବିଚିତ୍ର ବିଲ୍‌ଡିଂ ରହିଛି ଦକ୍ଷିଣ କୋରିଆରେ । ଏହି ବିଲ୍‌ଡିଂଟି ସଂପୂର୍ଣ୍ଣ ଭାବରେ ଏକ ଝିଣ୍ଟିକାର ଆକାର ପରି । ଏହା ଦକ୍ଷିଣ କୋରିଆର ଏକ କାଫେର ଚିତ୍ର ଯାହାକୁ ଟ୍ରେନର ପୁରୁଣା ବଗିରେ ତିଆରି କରାଯାଇଛି ।

ଅର୍ବାନ ଟ୍ରି ହାଉସ୍‌:

ଦୁନିଆରେ ଥିବା କିଛି ବିଚିତ୍ର ବିଲ୍‌ଡିଂ
ଇଟାଲୀର ଟ୍ୟୁରିନ୍‌ରେ ରହିଛି ଏହି ବିଲ୍‌ଡିଂ ଯାହା ୨୫ ମହଲା ବିଶିଷ୍ଟ । ଏହା ଅର୍ବାନ ଟ୍ରି ହାଉସ୍‌ ଭାବରେ ପରିଚିତ । ଏହି ବିଲ୍‌ଡିଂରେ ୧୫୦ ପ୍ରକାରର ଗଛ ଲଗାଯାଇଛି ।

ଭ୍ୟାଲି ବିଲ୍‌ଡିଂ:

ଦୁନିଆରେ ଥିବା କିଛି ବିଚିତ୍ର ବିଲ୍‌ଡିଂ
ଆମଷ୍ଟରଡାମ୍‌ରେ ରହିଛି ଏହି ଭ୍ୟାଲି ବିଲ୍‌ଡିଂ । ବଙ୍କା ଢଙ୍କା ଡିଜାଇନ୍‌ ରେ ନିର୍ମିତ ଏହି ବିଲ୍‌ଡିଂ ଭ୍ୟାଲି ବିଲ୍‌ଡିଂ ଭାବରେ ପରିଚିତ । ଏହି ବିଲ୍‌ଡିଂରେ ଆପାର୍ଟମେଣ୍ଟ, ଦୋକାନ, ଅଫିସ୍‌, କ୍ରିଏଟିଭ୍‌ ସେଣ୍ଟର ଆଦି ଅବସ୍ଥିତ ।

ଲେସ୍‌ ଏସପେସେସ୍‌ ଡି ଆବ୍ରାକସ୍‌:

ଦୁନିଆରେ ଥିବା କିଛି ବିଚିତ୍ର ବିଲ୍‌ଡିଂ
ଏକ ବୃହତ୍ତ ଗର୍ତ୍ତ ମଧ୍ୟରେ ନିର୍ମିତ ଏହି ବିଲ୍‌ଡିଂ ଫ୍ରାନ୍ସରେ ରହିଛି । ୧୯୮୨ ମସିହାରେ ଏହାକୁ ରିକାର୍ଡୋ ବୋଫିଲ୍‌ ଡିଜାଇନ୍‌ କରିଥିଲେ ।

ନରେୱ ଟ୍ରି ଟପ୍‌ କ୍ୟାବିନ୍‌:

ଦୁନିଆରେ ଥିବା କିଛି ବିଚିତ୍ର ବିଲ୍‌ଡିଂ
ଏହି ବିଲ୍‌ଡିଂ ନରେୱର ଫିନସ୍କୋଜେନ୍‌ ନାମକ ଏକ ଜଙ୍ଗଲୀ ଇଲାକାରେ ରହିଛି । ଏହା ଦେଖିବାକୁ ଏତେ ସୁନ୍ଦର ଯେ, ଆପଣ କୌଣସି ଜଣେ ଖାସ୍‌ ବନ୍ଧୁଙ୍କ ସହ ଏଠାରେ ରହିବାକୁ ମନ କରିବେ ।

ଥ୍ରୀଡି ପେଣ୍ଟିଂ ବିଲ୍‌ଡିଂ:

ଦୁନିଆରେ ଥିବା କିଛି ବିଚିତ୍ର ବିଲ୍‌ଡିଂ
ଜର୍ମାନୀର ମାନହେମ୍‌ରେ ରହିଛି ଏହି ବିଲ୍‌ଡିଂ । ଏହି ବିଲ୍‌ଡିଂ ଉପରେ ଯେଉଁ ପେଣ୍ଟିଂ କରାଯାଇଛି ତାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଥ୍ରୀଡି ପେଣ୍ଟିଂରେ ଏହି ବିଲ୍‌ଡିଂ ଏକ ଅଜବ ସାଇଜ୍‌ର ନଜର ଆସୁଛି ।

Govt

Comments are closed.