୬ ସାଥୀ ଜବାନଙ୍କୁ ଗୁଳି କଲେ ଜବାନ, ଗୁଳି କରିଥିବା ଜବାନ ମଧ୍ୟ ମୃତ

ସମୟ ଲାଇଭ,୪/୧୨: ଛତିଶଗଡ଼ ନାରାୟଣପୁର ଆଇଟିବିପି କ୍ୟାମ୍ପରେ ଜଣେ ଜବାନ ଅନ୍ୟ ୬ ଜଣ ଜବାନଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ହତ୍ୟା କରିବାପରେ ଗୁଳି କରିଥିବା ଜବାନ ମଧ୍ୟ ମୃତ୍ୟୁବରଣ କରିଛନ୍ତି। ଭାରତ-ତିଦ୍ଦତୀୟ ସୀମା କ୍ୟାମ୍ପରେ ଏକାଠି ବସି ହସଖୁସିରେ କଥା ହେଉଥିବା ଜବାନମାନଙ୍କ ମଧ୍ୟରେ କେଉଁ ପରିସ୍ଥିତିକୁ ନେଇ ଏପରି ଘଟଣା ଗଟିଛି ତାହା ସ୍ପଷ୍ଟ ହୋଇନାହିଁ। ଘଟଣା ସମ୍ପର୍କରେ ରେଞ୍ଜର ଆଇଜି ପି ସୁନ୍ଦରରାଜ ସୂଚନା ପ୍ରଦାନ କରିଛି। ତେବେ ପରସ୍ପର ମଧ୍ୟରେ କୌଣସି ବିବାଦ କାରଣରୁ ଏପରି ଘଟଣା ଘଟିଥିବା କୁହାଯାଉଥିଲେ ମଧ୍ୟ ଘଟଣା ସମୟରେ ସେପରି ପରିସ୍ଥିତି ନଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଅନ୍ୟପଟେ ଗୁଳିମାରି ଅନ୍ୟ ୬ଜଣଙ୍କୁ ହତ୍ୟା କରିଥିବା ଜବାନଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେ ନିଜ ଆତ୍ମହତ୍ୟା କରିଛନ୍ତି କି, ଗୁଳିକାଣ୍ଡ ସମୟରେ ସଂଘର୍ଷ ବେଳେ ଗୁଳି ତାଙ୍କ ଦେହରେ ବାଜି ଜୀବନ ଯାଇଛି ତାହା ସ୍ପଷ୍ଟ ହୋଇନାହିଁ। ତେବେ ଏହି ଗୁଳିକାଣ୍ଡରେ ଆହତ ହୋଇଥିବା ଅନ୍ୟଜଣେ ଜବାନ ଚିକିତ୍ସାଧୀନ ଥିବା ଖବର ମିଳିଛି।


Govt

Comments are closed.