ଡ଼ାକ୍ତରାଣୀ ଦୁଷ୍କର୍ମ ଓ ହତ୍ୟାକାରୀର ପତ୍ନୀ ଗର୍ଭବତୀ ,

୮ ମାସ ତଳେ ହୋଇଥିଲା ପ୍ରେମ ବିବାହ

ସମୟ ଲାଇଭ,୪/୧୨: ହାଇଦ୍ରାବାଦ ପଶୁ ଡ଼ାକ୍ତରାଣୀଙ୍କୁ ଗଣ ଦୁଷ୍କର୍ମ ପରେ ଯେଉଁ ଭଳି ଭାବେ ନିର୍ମମ ଭାବେ ଜିଅନ୍ତା ଜାଳି ହତ୍ୟା କରାଯାଇଛି ତାହାକୁ ନେଇ ସାରା ଦେଶରେ ଉତ୍ତେଜନା ପ୍ରକାଶ ପାଇବାରେ ଲାଗିଛି। ଅନ୍ୟପଟେ ଘଟଣାର ମୁଖ୍ୟ ଅଭିଯୁକ୍ତର ପତ୍ନୀ ଏନେଇ ଦୁଃଖ ପ୍ରକ।। କରିଛନ୍ତି। ସେ ଜଣେ ମହିଳା ହୋଇଥବବାରୁ ପ୍ରିୟଙ୍କାଙ୍କ ପ୍ରତି ଅନ୍ୟାୟକୁ ସେ ଅନୁଭବ କରିପାରୁଥିବା କହିଛନ୍ତି।
ସୂଚନା ଥାଉ କି, ଅଭିଯୁକ୍ତ ଜଣକ ୮ ମାସ ତଳେ ପ୍ରେମ ବିବାହ କରିଥିଲା। ତା’ର ପତ୍ନୀ ୭ ମାସର ଗର୍ଭବତୀ ଥିବା ଜଣାପଡ଼ିଛି। ବିବାହ ପାଇଁ ପ୍ରଥମେ ଅଭିଯୁକ୍ତର ପିତା ଅରାଜି ହୋଉଥିଲେ ମଧ୍ୟ ପରେ ରାଜି ହୋଇଥିଲେ ଏବଂ ଉଭୟଙ୍କର ବିବାହ ହୋଇଥିଲା।
ସୂଚନା ଥାଉ କି, ଅଭିଯୁକ୍ତ ଏପରି ଏକ କେହି କେହି ଫାଶୀ ଦଣ୍ଡ ପାଇଁ ଦାବି କରୁଥିବାବେଳେ କେହି କେହି ସମସ୍ତଙ୍କ ସାମନାରେ ହତ୍ୟା କରିବା ପାଇଁ ଦାବି କରୁଛନ୍ତି। କେବଳ ଉତ୍ତ୍ୟକ୍ତ ଲୋକ ନୁହଁନ୍ତି ଖୋଦ୍‍ ଅଭିଯୁକ୍ତଭ୍‍କ ମା’ କହିଛନ୍ତି ‘ ମୋର ମଧ୍ୟ ଝିଅ ଅଛି। ତେଣୁ ମୋ ପୁଅ ସେ ନିରୀହ ଝିଅକୁ ଯେପରି ଜାଳିଦେଇଛି, ମୋ ପୁଅକୁ ମଧ୍ୟ ସେହିପରି ଜଳାଇଦିଆଯାଉ। ଅନ୍ୟପଟେ ରାୟ ପ୍ରକାଶରେ ବିଳମ୍ବ ହେଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

Comments are closed.