ସୋହେଲା ଦୁର୍ଗାପୂଜାର ନେତୃତ୍ୱ ନେଇଥିଲେ ବ୍ରିଟିସ ପୁଲିସ

0

ବରଗଡ଼ ଜିଲ୍ଲାର ସୋହେଲାରେ ୧୯୩୮ ମସିହାଠାରୁ ଦୁର୍ଗାପୂଜାର ଆୟୋଜନ ହୋଇଆସୁଛି । ସେହି ସମୟରେ ସୋହେଲାର ଜନସଂଖ୍ୟା ପ୍ରାୟ ୧୫୦୦ ଥିଲା । ଏବେ ଏହା ୧୦,୦୦୦ରେ ପହଞ୍ଚିଛି । ଓଡ଼ିଶା ସୀମା ନିକଟରେ ରହୁଥିବା ସୋହେଲା ମାତ୍ର ୭ ଜଣିଆ ସଦସ୍ୟଙ୍କୁ ନେଇ ଆରମ୍ଭ ହୋଇଥିବା ପୂଜା ଏବେ ଭବ୍ୟ ଏବଂ ଦିବ୍ୟ ପାଲଟିଛି । ଏଥର ମା’ଙ୍କ ପୂଜାକୁ ଅଧିକ ଆକର୍ଷଣୀୟ କରିବା ଲକ୍ଷ୍ୟରେ କମିଟି ଅଣ୍ଟା ଭିଡ଼ିଛି । ସୋହେଲା ଦେଇ ପଶ୍ଚିମବଙ୍ଗର ହାଓଡ଼ାରୁ ମହାରାଷ୍ଟ୍ରର ନାଗପୁରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ଓ ନୂଆପଡ଼ାକୁ ସଂଯୋଗ କରୁଛି । ସୀମାନ୍ତ ଅଞ୍ଚଳରେ ଉତ୍ତମ ଯୋଗାଯୋଗ ବ୍ୟବସ୍ଥା ଥିବାରୁ ଏଠାକାର ଦୁର୍ଗାପୂଜାରେ ଲୋକଙ୍କର ଭିଡ଼ ହେବା ଅନ୍ୟ ଏକ କାରଣ ବୋଲି ଆୟୋଜକ କମିଟିର ସଦସ୍ୟମାନେ କୁହନ୍ତି ।
ସୋହେଲାର ଭାଇଚାରା ଭିନ୍ନ । ଏହି ସହରରେ ବସବାସ କରୁଥିବା ଲୋକଙ୍କ ଉଦ୍ୟମରେ ମା’ଙ୍କ ପୂଜାର୍ଚ୍ଚନା ପ୍ରତିବର୍ଷ ଉତ୍ସାହର ସହିତ ହେଉଛି । ବର୍ଷରେ ଗୋଟିଏ ପୂଜା ହେଉଥିବାରୁ ସ୍ଥାନୀୟ ଲୋକ ଏହାକୁ ବିପୁଳ ସମର୍ଥନ ଜଣାଇଥାନ୍ତି । ମାଙ୍କ ପାଇଁ ୧୯୯୦ ମସିହାରେ ଦୁର୍ଗା ମନ୍ଦିର ନିର୍ମାଣ କରାଯାଇଛି । ସବୁ ସଂପ୍ରଦାୟର ଲୋକ, ରାଜନେତା, ଦାଦା ମା’ଙ୍କ ପୂଜା ପାଇଁ ଆର୍ଥିକ ସହାୟତା ଦେଇଥାନ୍ତି ।
ତଥ୍ୟ ନେବାରେ ଜଣାପଡ଼ିଛି ଯେ ବରଗଡ଼ ଜିଲ୍ଲାର ସୋହେଲାରେ ଦୁର୍ଗାପୂଜାର ଆୟୋଜନ ପାଇଁ ଇଂରେଜ କର୍ମଚାରୀଙ୍କ ବଡ଼ ଅବଦାନ ଥିଲା । ସେହି ସମୟରେ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ( ବର୍ତ୍ତମାନ ବରଗଡ଼ ଜିଲ୍ଲାର )ତତ୍କାଳୀନ ପୁଲିସ ଅଧିକାରୀ ହଗ୍‌ ପାେଓ୍ୱଲ୍‌ଙ୍କ ନେତୃତ୍ୱରେ ସୋହେଲା ଥାନା ପରିସରରେ ସର୍ବପ୍ରଥମେ ମା’ ଦୁର୍ଗାଙ୍କର ଏହି ଭବ୍ୟ ପୂଜାର ଆୟୋଜନ କରାଯାଇଥିଲା । ଏଥି ପାଇଁ ତାଙ୍କୁ ସ୍ଥାନୀୟ ଲୋକେ ବିପୁଳ ସମର୍ଥନ କରିଥିଲେ । କାଳକ୍ରମେ ମା’ଙ୍କର ଅପାର କରୁଣାରୁ ଏଠାକାର ପୂଜାର କଳେବର ଆଡ଼କୁ ଗତି କରିଛି । ଏଠାକାର ଦୁର୍ଗାପୂଜା ଆକର୍ଷଣୀୟ ହୋଇପାରିଛି । ସୋହେଲା ଦୁର୍ଗାପୂଜା ନେଇ ପୂରା ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ରେ ଚର୍ଚ୍ଚା ହୋଇଥାଏ ।ଶାରଦୀୟ ଦୁର୍ଗାପୂଜା ପାଇଁ ଗାଁ ଠାରୁ ସହର ପର୍ଯ୍ୟନ୍ତ ମାହୋଲ । ଦେବୀ ମନ୍ଦିରଗୁଡ଼ିକ ସଜ୍ଜିତ । ଆଳୋକସଜ୍ଜାରେ ପୂଜା ମଣ୍ଡପ ଝଲସୁଛି । ଯେଉଁଠାରେ ନବରାତ୍ରୀର ଆୟୋଜନ କରାଯାଉଛି ପୂଜା କମିଟିର ସଦସ୍ୟମାନେ ଲାଗିପଡ଼ିଛନ୍ତି । ଉଭୟ ପୀଠ/ଦେବୀ ମନ୍ଦିର ଓ ମଣ୍ଡପରେ ଦୁର୍ଗାପୂଜା କମିଟି ଗୁଡ଼ିକ ଲାଗି ପଡ଼ିଛନ୍ତି ।

ଦୁର୍ଗା ପୂଜା ଓ ରାବଣ ପୋଡ଼ି

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଲାଙ୍ଗିର ଜିଲ୍ଲା ପୌରାଞ୍ଚଳର ରୁଗୁଡ଼ିପଡ଼ା ଦୁର୍ଗାପୁଜା କମିଟି ପକ୍ଷରୁ ରାବଣ ପୋଡ଼ି ଆୟୋଜିତ ହେବ । ତତପରେ ଭସାଣି ଉତ୍ସବରେ ଭବ୍ୟ ଶୋଭାଯାତ୍ରାର ଆୟୋଜନ ହେବ । ସ୍ଥାନୀୟ ନିର୍ଦ୍ଦିଷ୍ଟ ପୋଖରୀରେ ମା’ଙ୍କ ବିସର୍ଜନ ହେବ । ଚଳିତ ବର୍ଷ ୫୦ଫୁଟରୁ ଉର୍ଦ୍ଧ ଉଚ୍ଚର ରାବଣ କୁଶ ପୁତ୍ତଳିକା ନିର୍ମାଣ ହେବ । ଦଶମୀ ତିଥିରେ ଏହାକୁ ଦହନ କରାଯିବ । ରୁଗୁଡ଼ିପଡ଼ାରେ ନବଦିନାତ୍ମକ ପୂଜା ଯେତିକି ନିଷ୍ଠାର ସହ କରାଯାଇଥାଏ, ଠିକ୍‌ ସେହିପରି ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ଅତ୍ୟନ୍ତ ଶ୍ରଦ୍ଧାର ସହ କରାଯାଇଥାଏ । ଦଶହରା ପୂଜାମଣ୍ଡପ ପାଇଁ ତୋରଣ, ସାଜସଜ୍ଜା, ଲାଇଟ୍‌ ଯେମିତି ଆକର୍ଷଣୀୟ, ଠିକ୍‌ ସେହିପରି ରାବଣପୋଡ଼ି ପାଇଁ ଏହା ଆହୁରି ଚର୍ଚ୍ଚିତ । ରାବଣପୋଡ଼ି ଦେଖିବାକୁ ବହୁ ଦୂରଦୂରାନ୍ତରୁ ଲୋକେ ଭିଡ଼ ଜମାଇଥାନ୍ତି । ମହାପ୍ରଭୁ ରାମ ଓ ଲକ୍ଷ୍ମଣଙ୍କ ଅଭିନୟରେ କଳାକାର ଦଶାନନ ରାବଣକୁ ତୀରମାରି ବଧ କରିଥାନ୍ତି । ଏହା ପରେ ବାଣ ଓ ଆତସବାଜି ମାଧ୍ୟମରେ ସୋ’ ପ୍ରଦର୍ଶନ କରାଯାଇଥାଏ । ରାବଣପୋଡ଼ି କାର୍ଯ୍ୟକ୍ରମରେ ଦୀପାବଳିର ଝଲକ ଦେଖିବାକୁ ମିଳିଥାଏ । ଲକ୍ଷାଧିକ ଲୋକ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରନ୍ତି ।
ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀ ଓ ପାଟଣେଶ୍ୱରୀଙ୍କୁ ୨ ଭଉଣୀ ବୋଲି କୁହାଯାଏ । ତେଣୁ ସମଲେଶ୍ୱରୀଙ୍କ ଦର୍ଶନ ପରେ ଭକ୍ତମାନେ ନିଶ୍ଚିତ ଭାବେ ମାଁ ପାଟଣେଶ୍ୱରୀଙ୍କ ଦର୍ଶନ କରିଥାନ୍ତି । ଏହାଦ୍ୱାରା ସମଲେଇ ଦର୍ଶନ ସଫଳ ହୋଇଥାଏ ବୋଲି ବିଶ୍ୱାସ ରହିଛି । ମାଁ ପାଟଣେଶ୍ୱରୀଙ୍କ ମନ୍ଦିରରେ ବହୁ ପର୍ବପର୍ବାଣୀ ପାଳିତ ହୁଏ । ପାରମ୍ପରିକ ରୀତି ଅନୁଯାୟୀ ଏଠାରେ ବ୍ରାହ୍ମଣ ସମ୍ପ୍ରଦାୟର ପୂଜକ ପୂଜା କରିଥାନ୍ତି । ବିଶେଷ ଭାବେ ଶାରଦୀୟ ଓ ବାସନ୍ତିକ ନବରାତ୍ର ପୂଜା ଧୂମଧାମରେ ହୋଇଥାଏ । ଏଥିସହ ନୂଆଁଖାଇ, ଫାଲଗୁନି ଓ କାର୍ତ୍ତିକ ପୂର୍ଣ୍ଣମୀ ପୂଜା ହୋଇଥାଏ । ମହାଳୟା ଦିନ କରୁଣାମୟୀ ମାଁ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତିା ଏହି ରୂପରେ ଦର୍ଶନ କଲେ ଗଙ୍ଗା ଦର୍ଶନର ପୂଣ୍ୟଲାଭ ହୋଇଥାଏା ଏହାପର ଠାରୁ ନବରାତ୍ରରେ ଦେବୀ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଆଶ୍ୱିନ ମାସ ଅଷ୍ଟମୀ ତିଥିରେ ମାଁଙ୍କ ସୁନାବେଶ ଅନୁଷ୍ଠିତ ହୋଇଥାଏ । ଏହି ବେଶ ଦର୍ଶନ କଲେ ଭକ୍ତଙ୍କ ରିଷ୍ଟ ଖଣ୍ଡନ ହୋଇଥାଏ । ତେଣୁ ମାଁଙ୍କ ସୁନାବେଶ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ ହୋଇଥାଏ । ପୂର୍ଣ୍ଣିମା ଦିନ ଦେବୀ ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦିଅନ୍ତି । ଏହି ଦିନ ରାତିରେ ମନ୍ଦିରରେ ନୂତନ ଧ୍ୱଜା ସ୍ଥାପନ କରାଯାଏ । ମନ୍ଦିର ପରିଚାଳନା କମିଟି ଦ୍ୱାରା ମନ୍ଦିର ପରିଚାଳିତ ହୁଏ । ମନ୍ଦିରର ଏକ ଭୋଗ ମଣ୍ଡପ ରହିଛି । ଏଥିରେ ମାଁଙ୍କ ପାଇଁ ଅନ୍ନଭୋଗ ରୋଷେଇ ହୁଏ । ଦିନବେଳା ମାଁଙ୍କ ଠାରେ ଅନ୍ନଭୋଗ ଲାଗି ହୁଏ । ରାତିରେ ନିଶଙ୍କୁଡି ଭୋଗ ମାଁଙ୍କ ଠାରେ ଅର୍ପିତ ହୁଏ ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.