ଚାପୁଡା ଖାଇବାକୁ ରେସ୍ତୋରାଁରେ ଭିଡ

0

ଜାପାନରେ ରହିଛି ଏଭଳି ଏକ ରେସ୍ତୋରାଁଯେଉଁଠାରେ ଲୋକମାନେ ଖାଦ୍ୟ ଖାଇବାକୁ ନୁହେଁ ବରଂ ଚାପୁଡା ଖାଇବାକୁ ଭିଡ ଯମାଇଥାଆନ୍ତି । ଜାପାନର ନାଗୋୟା ସହରରେ ଏହି ରେସ୍ତୋରାଁଟି ରହିଛି । ଏଠାରେ ଏହି ସ୍ପେସାଲ ମେନ୍ୟୁ ମିଳିଥାଏ । ଏଠାରେ େଓ୍ୱଟ୍ରେସମାନେ ଜାପାନର ପାରମ୍ପରିକ ପୋଷାକ ପିନ୍ଧି ଗ୍ରାହକଙ୍କୁ ଚାପୁଡା ମାରନ୍ତି । ତେବେ ଏହି ଚାପୁଡା ଖାଇବା ପରେ ଗ୍ରାହକଙ୍କୁ ହସିବା ସହ େଓ୍ୱଟ୍ରେସଙ୍କୁ ଧନ୍ୟବାଦ ଦେବାକୁ ହୋଇଥାଏ । ଏହାସହ ଏଥିପାଇଁ ୧୭୦ ଟଙ୍କାର ଦେୟ ମଧ୍ୟ ଦେବାକୁ ହୋଇଥାଏ । ସେହିଭଳି ଯଦି କୌଣସି ଗ୍ରାହକ ନିଜ ପସନ୍ଦର େଓ୍ୱଟ୍ରେସଙ୍କୁ ବାଛନ୍ତି ତେବେ ତାଙ୍କୁ ଅଧିକ ଦେୟ ଦେବାକୁ ହୋଇଥାଏ । ସେହିଭଳି ଏହି ରେସ୍ତୋରାଁର ନିୟମ ଅନୁସାରେ ଏଠାରେ କେବଳ ମହିଳାମାନେ ହିଁ େଓ୍ୱଟ୍ରେସ ହୋଇପାରିବେ । ୨୦୧୨ରେ ଏହି ସ୍ୱତନ୍ତ୍ର ମେନ୍ୟୁ ରେସ୍ତୋରାଁ ପକ୍ଷରୁ ଆରମ୍ଭ କରାଯାଇଥିଲା । ଏହା ପଛର କାରଣ କଣ ତାହା କାହାରିକୁ ଜଣା ନାହିଁ, କିନ୍ତୁ ସ୍ଥାନୀୟ ଲୋକମାନେ ଏହି ସେବାକୁ ପସନ୍ଦ କରିବାରୁ ତାହା ଏବେ ବି ଜାରି ରହିଥିବା ଜଣା ପଡିଛି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.