ସିଙ୍ଗାପୁର : ଡବଲ ଅଲିମ୍ପିକ ପଦକ ବିଜୟିନୀ ପିଭି ସିନ୍ଧୁ ସିଙ୍ଗାପୁର ଓପନ ସୁପର-୫୦୦ ଟ୍ରଫି ହାସଲ କରିଛନ୍ତି । ରବିବାର ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ଫାଇନାଲରେ ସିନ୍ଧୁଙ୍କ ଚମକ ଦେଖିବାକୁ ମିଳିଛି । ସେ ଟାଇଟଲ ମୁକାବିଲାରେ ଚୀନ୍ର ୱାଙ୍ଗ ଝି ୟି’ଙ୍କୁ ଧରାଶାୟୀ କରିଥିଲେ । ୨୨ ବର୍ଷୀୟ ୱାଙ୍ଗଙ୍କୁ ସିନ୍ଧୁ ୨୧-୯, ୧୧-୨୧, ୨୧-୧୫ ଗେମ୍ରେ ହରାଇଥିଲେ । ଚଳିତ ବର୍ଷ ସିନ୍ଧୁ ଏହାକୁ ମିଶାଇ ୩ଟି ଟାଇଟଲ ହାତେଇଛନ୍ତି । ପୂର୍ବରୁ ସୟଦ ମୋଦି ଇଣ୍ଟରନ୍ୟାସନାଲ ଏବଂ ସୁଇସ୍ ଓପନ ଚାମ୍ପିଅନ୍ ହୋଇଥିଲେ ।
Comments are closed.