ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପ୍ରେମକୁ ନେଇ ଚର୍ଚ୍ଚା: ୫୩ ବର୍ଷ ବୟସର ସାନ ଝିଅ ସହ କରିବେ ବିବାହ

ଦିଲ୍ଲୀ: ଏବେ ଇଟାଲୀର ପୂବତନ ପ୍ରଧାନମନ୍ତ୍ରୀ ସିଲଭିଓ ବେର୍ଲୁସ୍କୋନିଙ୍କ ପ୍ରେମକୁ ନେଇ ସବୁଆଡ଼େ ଚର୍ଚ୍ଚା । ନିଜଠାରୁ ୫୩ ବର୍ଷ ବୟସର ସାନ ସାଂସଦଙ୍କୁ ସେ ବିବାହ କରିବାକୁ ଯାଉଛନ୍ତି । ସେଥିପାଇଁ ସେ ୧୨ ବର୍ଷ ଧରି ଡେଟ୍‌ କରୁଥିବା ନିଜ ପୂର୍ବତନ ପ୍ରେମିକାଙ୍କୁ ଛାଡ଼ି ଦେଇଛନ୍ତି ।

ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପ୍ରେମକୁ ନେଇ ଚର୍ଚ୍ଚା: ୫୩ ବର୍ଷ ବୟସର ସାନ ଝିଅ ସହ କରିବେ ବିବାହ
୮୫ ବର୍ଷିୟ ପ୍ରଧାନମନ୍ତ୍ରୀ ୩୨ ବର୍ଷିୟ ମହିଳା ସାଂସଦ ମାର୍ତା ଫାସିନାଙ୍କୁ ଖୁବ୍‌ ଶୀଘ୍ର ବିବାହ କରିବେ ବୋଲି ଘୋଷଣା କରିଛନ୍ତି । ଏନେଇ ଇଟାଲୀ ରାଜଧାନୀ ମିଲାନଠାରେ ଏକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଛି । ଯେଉଁଥିରେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇଛନ୍ତି ।

୨୦୨୦ରେ ପ୍ରଧାନମନ୍ତ୍ରୀ ଓ ସାଂସଦ ମାର୍ତାଙ୍କ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ବେର୍ଲୁସ୍କୋନଙ୍କ ପାଞ୍ଚ ଯୁବ ପୁଅ ନିଜ ପିତାଙ୍କ ନିଷ୍ପତି ବିରୋଧରେ ରହିଛନ୍ତି । ଏକ ରିପୋର୍ଟ ଅନନୁସାରେ, ପ୍ରଧାନମନ୍ତ୍ରୀ ବେର୍ଲୁସ୍କୋନଙ୍କ ୪୧୭ ଅରବ ସମ୍ପତ୍ତି ରହିଛି । ଯଦି ସେ ମାର୍ତାଙ୍କୁ ବିବାହ କରନ୍ତି, ତେବେ ସେହି ସମ୍ପତ୍ତି ଉପରେ ମାର୍ତାଙ୍କର ସମାନ ଅଧିକାର ରହିବ । ଏଣୁ ପ୍ରଧାନମନ୍ତ୍ରୀ ବେର୍ଲୁସ୍କୋନଙ୍କ ପୁତ୍ରମାନେ ପିତାଙ୍କ ନିଷ୍ପତିରେ ରାଜି ନାହାନ୍ତି ।

ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପ୍ରେମକୁ ନେଇ ଚର୍ଚ୍ଚା: ୫୩ ବର୍ଷ ବୟସର ସାନ ଝିଅ ସହ କରିବେ ବିବାହ
ସାଂସଦ ମାର୍ତା ଫାସିନା

ଅନ୍ୟପକ୍ଷରେ, ସାଂସଦ ମାର୍ତାଙ୍କ ଏହା ଦ୍ୱିତୀୟ ବିବାହ ହେବ । ପ୍ରଧାନମନ୍ତ୍ରୀ ବେର୍ଲୁସ୍କୋନଙ୍କୁ ବିବାହ କରିବା ପାଇଁ ମାର୍ତା ନିଜ ପୂର୍ବତନ ପ୍ରେମିକ ଫ୍ରାନ୍‌ସସେସ୍କୋ ପାସ୍କଲଙ୍କୁ ଛାଡ଼ି ଦେଇଛନ୍ତି । ଏବେ ମାର୍ତାଙ୍କର ଦୁଇଟି ପୁଅ ଅଛନ୍ତି ।

ପ୍ରଧାନମନ୍ତ୍ରୀ ବେର୍ଲୁସ୍କୋନଙ୍କ ମଧ୍ୟ ପୂର୍ବରୁ ଦୁଇ ଥର ବିବାହ କରିସାରିଛନ୍ତି । ହେଲେ ତାଙ୍କର ଦୁଇଟି ପୂର୍ବତନ ପତ୍ନୀଙ୍କର ମୃତୁ୍ୟ ହୋଇସାରିଛି । ପ୍ରଧାନମନ୍ତ୍ରୀ ବେର୍ଲୁସ୍କୋନ ଯୁବ ମଡେଲ୍‌ଙ୍କ ସହିତ ସମ୍ପର୍କ ଥିବା ପୂର୍ବରୁ ବହୁବାର ମେଡିଆରେ ଖବର ଆସି ସାରିଛି ।
ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପ୍ରେମକୁ ନେଇ ଚର୍ଚ୍ଚା: ୫୩ ବର୍ଷ ବୟସର ସାନ ଝିଅ ସହ କରିବେ ବିବାହ
ଜଣେ ସେକ୍‌ସ ୱାର୍କରଙ୍କୁ ୫୦ କୋଟି ଟଙ୍କା ଦେଇଥିବା ପ୍ରଧାନମନ୍ତ୍ରୀଙ୍କ ନାମରେ ଅଭିଯୋଗ ରହିଥିଲା ।
ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପ୍ରେମକୁ ନେଇ ଚର୍ଚ୍ଚା: ୫୩ ବର୍ଷ ବୟସର ସାନ ଝିଅ ସହ କରିବେ ବିବାହ
ଏହାଛଡ଼ା ଜଣେ ନାବାଳିକାଙ୍କ ସହିତ ସେ ସମ୍ପର୍କ ରଖିଥିବା ଅଭିଯୋଗ ମଧ୍ୟ ଆସିଥିଲା ।

Govt

Comments are closed.