ମହିଳାମାନେ ବିଭିନ୍ନ ପ୍ରକାରର ଫ୍ୟାଶନ ଟ୍ରେଣ୍ଡ ଫଲୋ କରିଥାନ୍ତି । ବିଶେଷକରି ଲାଟେଷ୍ଟ ଡିଜାଇନର ଜିନିଷ କିଣିବାକୁ ସେମାନେ ବେଶୀ ପସନ୍ଦ କରିଥାନ୍ତି ଓ ଏହାକୁ ଭିନ୍ନ ଭିନ୍ନ ଉପାୟରେ ଷ୍ଟାଇଲ୍ କରିଥାନ୍ତି । ଏବେ ମହିଳାମାନେ ପୁରୁଣା ଫେବ୍ରିକକୁ ରିୟୁଜ୍ କରିବାକୁ ବେଶୀ ପସନ୍ଦ କରୁଛନ୍ତି ଓ ଏହାକୁ ନିଜ ପସନ୍ଦରେ ଜିନ୍ସ ଠାରୁ ଆରମ୍ଭ କରି ସାଲୱାର କମିଜ୍ ପର୍ଯ୍ୟନ୍ତ ସବୁଥିରେ କ୍ୟାରି କରୁଛନ୍ତି ।
ପୂର୍ବରୁ ମହିଳାମାନେ ପୁରୁଣା ଓଢଣୀକୁ ଫିଙ୍ଗି ଦେଉଥିବା ବେଳେ ଏବେ କିନ୍ତୁ ତାହାକୁ କିଛି ମାତ୍ରାରେ କଷ୍ଟମାଇଜ୍ କରି ସେଥିରୁ ବହୁ ସୁନ୍ଦର ଓ ଷ୍ଟାଇଲିସ୍ ଶ୍ରଗ ତିଆରି କରୁଛନ୍ତି । ପୁରୁଣା ଓଢଣୀରୁ କିପରି ଷ୍ଟାଇଲିସ୍ ଶ୍ରଗ ତିଆରି କରିହେବ ସେ ବିଷୟରେ ନିମ୍ନରେ ଦିଆଗଲା ।
ମିଡ୍ ଲେନ୍ଥ ଶ୍ରଗ:
ଡ୍ରେସ୍ ସହ ପିନ୍ଧିବା ଲାଗି ଆପଣ ଡୋରି ଲାଗିଥିବା ମିଡ୍ ଲେନ୍ଥ ଶ୍ରଗ ଡିଜାଇନ୍ କରିପାରିବେ । ଏଥିପାଇଁ ଆପଣଙ୍କୁ ଆବଶ୍ୟକ ପ୍ରିଣ୍ଟେଡ୍ ସିଫନ ଓଢଣୀ । ଏହାକୁ ଚୁନୋଷ୍ଟାଇଲିସ୍ ଲୁକ୍ ଦେବା ପାଇଁ ଆପଣ ଏହା ସହିତ ହାତରେ ସିଲଭର୍ ଜୁଏଲାରୀ କଢା ପିନ୍ଧିପାରିବେ ।
ବେଲ୍ ସ୍ଲିଭସ୍ ଶ୍ରଗ୍:
ଯଦି କିଛି ୟୁନିକ୍ ଟ୍ରାଏ କରିବାକୁ ଚାହାନ୍ତି ତେବେ ଆପଣ ସ୍ଲିଭସ୍କୁ ବେଲ୍ ଷ୍ଟାଇଲ୍ ଦେଇପାରିବେ । ଏହା ସହିତ ବୋହୋ ଲୁକ୍ ପାଇବା ଲାଗି ଆପଣ ନିମ୍ନ ଭାଗରେ ଥ୍ରେଡ୍ ଡିଜାଇନ୍ ବାଲା ଲେସ୍ ଲାଗିଥିବା ଶ୍ରଗ ଚୟନ କରିପାରିବେ ।
ସ୍ଲିଟ୍ କଟ୍ ଶ୍ରଗ୍:
ଏହି ଷ୍ଟାଇଲ୍ର ଶ୍ରଗ ବୋହୋ ଲୁକ୍ ଦେଇଥାଏ । ଆପଣ ଚାହିଁଲେ ଏଥିରେ ଡୋରୀ ଲଗାଇ ବେଲ୍ ଷ୍ଟାଇଲ୍ ଲୁ« ମଧ୍ୟ ପାଇପାରିବେ । ଏହି ଶ୍ରଗ ଆପଣ ଜିନ୍ସ ସହିତ ଷ୍ଟାଇଲ୍ କରିପାରିବେ ।
ଫ୍ଲୋରାଲ୍ ଟଚ୍ ଶ୍ରଗ୍:
ଯଦି ଆପଣ ପ୍ଲେନ୍ ଓଢଣୀରେ ଶ୍ରଗ ତିଆରି କରୁଛନ୍ତି ତେବେ ଆପଣ ତାହାକୁ ଭିନ୍ନ ଷ୍ଟାଇଲ୍ରେ କାଟି ଏକ ୟୁନିକ୍ ଓ ଷ୍ଟାଇଲିସ୍ ଲୁକ୍ ଦେଇପାରିବେ । ଏହି ପ୍ରକାର ଶ୍ରଗ ଆପଣ କୁର୍ତ୍ତି ଠାରୁ ଆରମ୍ଭ କରି ଜିନ୍ସ ପର୍ଯ୍ୟନ୍ତ ସବୁଥିରେ ପିନ୍ଧି ପାରିବେ ।
ସାର୍ଟ ଷ୍ଟାଇଲ୍ ଶ୍ରଗ୍:
ଏପରି ଶ୍ରଗ ତିଆରି କରିବା ପାଇଁ ଆପଣ ଫୁଲକରୀ ଓଢଣୀ କିମ୍ବା ଚନ୍ଦେରୀ ଓଢଣୀର ବ୍ୟବହାର କରନ୍ତୁ । ଆପଣ ଏହାକୁ ସାମାନ୍ୟ ସିମେଟ୍ରିକାଲ୍ ଷ୍ଟାଇଲ୍ରେ କଟ୍ କରି ଅନ୍ୟ ପ୍ରକାରର ଆକର୍ଷଣୀୟ ଡିଜାଇନ୍ ମଧ୍ୟ ଦେଇପାରିବେ ।

Comments are closed.