କେ-ପପ୍‌ରେ ଓଡ଼ିଆ ଝିଅ

ଆଜିକାଲି ଯୁବପିଢିଙ୍କ ମଧ୍ୟରେ କୋରିଆ ପପ୍‌ ସଙ୍ଗୀତକୁ ନେଇ କ୍ରେଜ୍‌ ବଢ଼ିବାରେ ଲାଗିଛି । ଦକ୍ଷିଣ କୋରିଆର ପପ୍‌ ସଙ୍ଗୀତକୁ ବିଶ୍ୱବାସୀଙ୍କ ସମେତ ଭାରତୀୟମାନେ ମଧ୍ୟ ବେଶ୍‌ ପସନ୍ଦ କରିଆସୁଛନ୍ତି । ତେବେ ଲୋକପ୍ରିୟ ତଥା ଚର୍ଚ୍ଚିତ କେ ପପ୍‌ ବ୍ୟାଣ୍ଡ୍‌ରେ ବହୁ ଅନ୍ତର୍ଜାତୀୟ କଳାକାର ସାମିଲ ଅଛନ୍ତି । ଆଉ ଏହି ପ୍ରତିଷ୍ଠିତ ବ୍ୟାଣ୍ଡରେ ଓଡ଼ିଶାର ୧୮ ବର୍ଷୀୟା ଶ୍ରେୟା ଲେଙ୍କା ଏକ ବେଞ୍ଚ୍‌ ମାର୍କ ପ୍ରତିଷ୍ଠା କରିବାକୁ ଯାଉଛନ୍ତି ।
କେ-ପପ୍‌ରେ ଓଡ଼ିଆ ଝିଅ

ପ୍ରଥମ ଥର ପାଇଁ ଭାରତୀୟ କେ-ପପ୍‌ ତାରକା ହେବା ପାଇଁ ଶ୍ରେୟା ମାତ୍ର ଗୋଟିଏ ପାଦ ଦୂରରେ ଅଛନ୍ତି । ଦକ୍ଷିଣ କୋରିଆର ଗର୍ଲ ଗ୍ରୁପ୍‌ ‘ବ୍ଲାକସ୍ୱାନ’ରେ ଏକ ପଦବୀ ପୂରଣ ପାଇଁ କରାଯାଇଥିବା ବିଶ୍ୱସ୍ତରୀୟ ଅଡିସନରୁ ମନୋନୀତ ହୋଇଥିବା ଦୁଇ ଫାଇନାଲିଷ୍ଟ ମଧ୍ୟରୁ ଶ୍ରେୟା ଜଣେ । ଯଦି ଶ୍ରେୟା ବ୍ରାଜିଲର ଗେବ୍ରିଏଲା ଡାଲ୍ସିନକୁ ପରାଜିତ କରୁଛନ୍ତି, ତାହାଲେ ଶ୍ରେୟା ବ୍ୟାଣ୍ଡର ପଞ୍ଚମ ସଦସ୍ୟ ଭାବେ ନିଜ ସ୍ଥାନ ପMା କରିପାରିବେ ।

କେ-ପପ୍‌ରେ ଓଡ଼ିଆ ଝିଅ
ମେ ୨୦୨୧ରେ ବ୍ଲାକସ୍ୱାନର ଲେବଲ୍‌ ଡିଆଲ ମୁ୍ୟଜିକ ଘୋଷଣା କରିଥିଲା ଯେ, ସେମାନେ ଖାଲି ପଡ଼ିଥିବା ଗୋଟିଏ ପଦବୀ ପାଇଁ ବିଶ୍ୱସ୍ତରରେ ଅଡିସନ ଆୟୋଜିତ କରିବେ । ଡିଆର ମୁ୍ୟଜିକ ନିକଟରେ ଖୁଲାସା କରିଛନ୍ତି ଯେ ଦୁଇ ଜଣ ଏବେ ଏହି ପ୍ରତିଷ୍ଠିତ ସ୍ଥାନ ପାଇଁ ରେସ୍‌ରେ ଅଛନ୍ତି । ଏକ ମନୋରଞ୍ଜନ େୱବ୍‌ସାଇଟ୍‌ ଅନୁଯାୟୀ ଗେବ୍ରିଏଲା ଡାଲ୍ସିନ ଡାନ୍ସ କଭର୍‌ ଗର୍ଲ ଗ୍ରୁପ୍‌ କ୍ୱିନ୍ସ ଅଫ୍‌ ରିଭୋଲୁ୍ୟଶନର ଜଣେ ସଦସ୍ୟ ହୋଇଥିବା ବେଳେ ଏକମାତ୍ର ଭାରତୀୟ ପ୍ରତିଯୋଗୀ ଶ୍ରେୟା ଲେଙ୍କା ଜଣେ ତାଲିମପ୍ରାପ୍ତ ନୃତ୍ୟଶିଳ୍ପୀ ସହ ଯୋଗ ପ୍ରଶିକ୍ଷକ ।
କେ-ପପ୍‌ରେ ଓଡ଼ିଆ ଝିଅ

ଉଭୟ ଏବେ ଏକ ମାସର ପ୍ରଶିକ୍ଷଣ ପାଇଁ ଦକ୍ଷିଣ କୋରିଆ ଯାଉଛନ୍ତି । ଏହି ଅବଧିର ଶେଷରେ ଉଭୟଙ୍କ ମଧ୍ୟରୁ ଜଣଙ୍କୁ ବ୍ଲାକ୍‌ସ୍ୱାନର ସଦସ୍ୟ ଭାବେ ମନୋନୀତ କରାଯିବ । ଶ୍ରେୟା ଲେଙ୍କା ୨୦୦୩ରେ ରାଉରକେଲାରେ ଜନ୍ମ ହୋଇଛନ୍ତି । ସେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସହ ଓଡ଼ିଶୀ ଏବଂ ଅନ୍ୟ ନୃତ୍ୟର ତାଲିମ ନେଇଛନ୍ତି ।

Comments are closed.