ଭୁବନେଶ୍ୱର : ଲଟେରୀ ଜରିଆରେ ହେବ ଦୋକାନ ଗୃହ ଆବଣ୍ଟନ । ପୁରୁଣା ବସ୍ଷ୍ଟାଣ୍ଡରେ ଦୋକାନ କରିଥିବା ଦୋକାନୀଙ୍କୁ ଦୋକାନ ମିଳିବ । ଦୋକାନ ଆବଣ୍ଟନ ପାଇଁ ଲଟେରି କରାଯିବ । ଭୁବନେଶ୍ୱର ବରମୁଣ୍ଡା ଆନ୍ତରାଜ୍ୟ ବସ୍ ଟର୍ମିନାଲରେ ଅନୁଷ୍ଠିତ ହେବ ଲଟେରୀ ସିଷ୍ଟମ । ୧୦ ଦିନ ଭିତରେ ୧୨୦ ଦୋକାନ ଲଟେରୀ ମାଧ୍ୟମରେ ଆବଣ୍ଟନ କରାଯିବ ବୋଲି କହିଛନ୍ତି ବିଡିଏ ଉପାଧ୍ୟକ୍ଷ ଚେୟାରମ୍ୟାନ୍ ଡି.ଏନ୍ ତିରୁମାଳା ନାୟକ ।
ଦୋକାନ ଘର ପାଇବା ପାଇଁ ଦୋକାନୀଙ୍କ ମଧ୍ୟରେ ଦ୍ଵନ୍ଦ ଲାଗି ରହିଥିଲା । ଏହାକୁ ନେଇ ଲଟେରୀ ସିଷ୍ଟମ କରାଯାଇଛି । ପୁରୁଣା ବସ୍ ଷ୍ଟାଣ୍ଡରେ ଦୋକାନ ଦେଇଥିବା ଦୋକାନୀଙ୍କୁ ଦିଆଯିବ ଦୋକାନ। ସିଲେକ୍ସନ୍ ବି ସରିଛି।
ସୂଚନାନୁସାରେ,ବସ୍ ଟର୍ମିନାଲରେ ପାଖାପାଖି ଲକ୍ଷେ ବର୍ଗ ମିଟର କମର୍ସିଆଲ ଜାଗା ଅଛି। ଆରମ୍ଭରୁ ଡର୍ମିଟରି ଯୋଜନା ଥିବା ବେଳେ ଏଯାଏ ଆରମ୍ଭ ହୋଇନାହିଁ। ଡର୍ମିଟରି ଆରମ୍ଭ ହେବ। ଏହାର ନିର୍ମାଣ ପାଇଁ ପାଇଁ ପ୍ରତି ବର୍ଗ ମିଟରକୁ ୫୨ ଟଙ୍କା ହିସାବରେ ଗୋଟିଏ ଏଜେନ୍ସିକୁ ଦିଆଯାଇଛି। ସେ ସେଠାରେ ଡେଭଲପ କାମ କରିବେ। ଖୁବ୍ ଶୀଘ୍ର ସେହି ଏଜେନ୍ସିକୁ ୱାର୍କ ଅଡର ଦିଆଯିବ। କିଛି ଷ୍ଟ୍ରକଚର୍ ଚେଞ୍ଜ ହେବ। ଭଙ୍ଗାରୁଜା ହୋଇଥିବା ଡୋର କିମ୍ବା ଅନ୍ୟାନ୍ୟ ଷ୍ଟ୍ରକଚର ପାଇଁ ଯେଉଁ ଏଜେନ୍ସିକୁ ବୁଝିଛନ୍ତି ସେମାନେ ଦାୟୀ ରହିବେ।
