ସୁଟିଂ ବିଶ୍ୱକପ୍‌: ପଦକ ତାଲିକା ଶୀର୍ଷରେ ଭାରତ

ଚାଙ୍ଗନ : ଆଇଏସ୍‌ଏସ୍‌ ସୁଟିଂ ବିଶ୍ୱକପ୍‌ରେ ଭାରତର ଆଧିପତ୍ୟ ଜାରି ରହିଛି । ମୋଟ୍‌ ୮ଟି ପଦକ ସହ ପ୍ରତିଯୋଗିତାର ଶୀର୍ଷତା ମଣ୍ଡନ କରିଛି ଭାରତ । ଏଥିରେ ୩ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଭାରତୀୟ ପ୍ରତିଯୋଗୀ ଜିତିଛନ୍ତି ।

ସୁଟିଂ ବିଶ୍ୱକପ୍‌: ପଦକ ତାଲିକା ଶୀର୍ଷରେ ଭାରତ
ଅର୍ଜୁନ ବବୁଟା ସାହୁ

ଭାରତର ଅର୍ଜୁନ ବବୁଟା ସାହୁ, ତୁଷାର ମାନେ ଓ ପାର୍ଥ ମଖିଜା ଦେଶ ପାଇଁ ୧୦ ମିଟର ଏୟାର ରାଇଫଲ ବର୍ଗରେ ସ୍ୱର୍ଣ୍ଣ ଲଢ଼େଇରେ କୋରିଆକୁ ୧୭-୧୫ରେ ହରାଇଥିଲା ଭାରତ ।

ସୁଟିଂ ବିଶ୍ୱକପ୍‌: ପଦକ ତାଲିକା ଶୀର୍ଷରେ ଭାରତ
ତୁଷାର ମାନେ

ଅର୍ଜୁନ ଓ ସାହୁଙ୍କ ପାଇଁ ଏହା ବିଶ୍ୱକପ୍‌ରେ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ । ଏଲଭେଲିନ୍‌ ଭାଲାରିଭାନ୍‌, ନେହୁଲି ଘୋଷ ଓ ରମିତା ୧୦-୧୬ ବ୍ୟବଧାନରେ ପରାଜିତ ହୋଇ ରୌପ୍ୟ ପଦକ ହାସଲ କରିଥିଲେ ।

ସୁଟିଂ ବିଶ୍ୱକପ୍‌: ପଦକ ତାଲିକା ଶୀର୍ଷରେ ଭାରତ
ପାର୍ଥ ମଖିଜା

ପୁରୁଷ ୧୦ ମିଟର ଏୟାର ପିସ୍ତଲ ଦଳଗତରେ ଭାରତ ପରାଜିତ ହୋଇ ରୌପ୍ୟ ଜିତିଛି । ୧୦ ମିଟର ଏୟାର ପିସ୍ତଲ ଦଳଗତରେ ଭାରତ ରୌପ୍ୟ ପଦକ ଜିତିଥିଲା ।

Govt

Comments are closed.