ବଡ ପରଦାରେ ପୁଣି ଧମାଲ ମଚେଇବ ଶକ୍ତିମାନ

ମୁମ୍ବାଇ: ଜୁଲାଇ ୦୭: ପିଲାଠୁ ବଡ ଯାଏଁ ସମସ୍ତଙ୍କ ପସନ୍ଦର ଶୋ ଶକ୍ତିମାନ । ସବୁଠାରୁ ପପୁଲାର ଟିଭି ଶୋ ଶକ୍ତିମାନ । ପପୁଲାର ଅଭିନେତା ମୁକେଶ ଖାନ୍ନା ଏହି ଚରିତ୍ରରେ ଦୀର୍ଘ ସମୟ ଧରି ଦର୍ଶକଙ୍କ ମନ ଜିତିଥିଲେ । ତେବେ ଏହି ଶୋର ଲୋକପ୍ରିୟତାକୁ ନେଇ ଅନେକ ସମୟରୁ ଏହାକୁ ବଡ଼ ପରଦାକୁ ଆଣିବାକୁ ଉଦ୍ୟମ କରାଯାଇଥିଲା । ଆଉ ଜଣାପଡିଛି ଯେ ମାର୍ବଲ ସିନେମୈଟିକ ୟୁନିଭର୍ସରେ ଏହା ସାମିଲ ହେବ । ଆଉ ଏବେ ସିନେମାର ଲିଡ ରୋଲରେ କେଉଁ ଅଭିନେତା ନଜର ଆସିବେ ଜଣା ପଡିବା ପରେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଖୁବଶୀଘ୍ର ଏହି ସିନେମାଟି ବଡ ପରଦାରେ ଆସିବ, ଏ ନେଇ ଶକ୍ତିମାନ ଶୋର ମୁଖ୍ୟ ଭୂମିକାରେ ଥିବା ଅଭିନେତା ମୁକେଶ ଖାନ୍ନା ସୂଚନା ଦେଇଥିଲେ । ଏହି ସିନେମାଟି ସୋନି ପିକcର ଇଣ୍ଟରନ୍ୟାସନାଲ ଆଉ ମୁକେଶ ଖାନ୍ନାଙ୍କ ପ୍ରଡକ୍ସନ ହାଉସ ଭୀଷ୍ମ ଇଣ୍ଟରନ୍ୟାସନାଲର ମିଳିତ ପ୍ରଯୋଜନାରେ ନିର୍ମାଣ କରାଯାଉଛି । ଏହାର ଲିଡ ରୋଲ ପାଇଁ ପ୍ରଥମେ ଟାଲେଣ୍ଟେଡ ଅଭିନେତା ବିଦ୍ୟୁତ ଜମାୱାଲ ଓ ତାପରେ ଭର୍ସାଟାଇଲ ଆକଫର ବିକି କୌଶଲଙ୍କ ନା ଶୁଣିବାକୁ ମିଳୁଥିଲା । କି;ୁ ବର୍ତ୍ତମାନର ଖବର ଅନୁସାରେ ଯାହା ଜଣାପଡିଛି, ସୁପରଷ୍ଟାର ରଣବୀର ସିଂ ଏହାର ମୁଖ୍ୟ ଭୂମିକାରେ ଅଭିନୟ କରିବେ । ରଣବୀର ମଧ୍ୟ ଏହି ଚରିତ୍ରକୁ ନେଇ ବେଶ ଉତ୍ସାହିତ ଥିବାର ଏହି ରିପୋର୍ଟରେ ଜଣାପଡିଛି ।

Govt

Comments are closed.