ସାକିବ-ଅଲ-ହାସନଙ୍କୁ ୨ବର୍ଷ ପାଇଁ ବ୍ୟାନ କଲା ଆଇସିସି


ସମୟ ଲାଇଭ,୩୦/୧୦: ବାଲାଂଦେଶରଷ୍ଟାର ଅଲରାଉଣ୍ଡର ତଥା ଟି-୨୦ ଓ ଟେଷ୍ଟ କ୍ୟାପଟେନ ସାକିବ-ଅଲ-ହାସନଙ୍କୁ ୨ବର୍ଷ ପାଇଁ ବ୍ୟାନ କରିଛି ଆଇସିସି। କାରଣ ଜାଣିଲେ ଆପଣ ବି ହୋଇଯିବେ ତାଜୁବ କାରଣ ହେଲା ସାକିବଙ୍କ ପାଖକୁ ମ୍ୟାଚ ଫିକ୍ସିଂର ଫୋନ କଲ ଆସିଥିଲା କିନ୍ତୁ ଏ ବିଷୟରେ ସାକିବ ଆଇସିସି କିମ୍ବା ବିସିବିକୁ କୌଣସି ଖବର ଡେଇନଥିଲେ ୲ ମ୍ୟାଚ ଫିକ୍ସିଂର ଅଫରର ସୂଚନା ନଦେବା ଯୋଗୁଁ ତାଙ୍କୁ ବ୍ୟାନ କରାଯାଇଛି। ଦୁଇ ବର୍ଷ ପୂର୍ବେ ଜଣେ ବୁକି ତାଙ୍କୁ ମ୍ୟାଚ୍ ଫିକ୍ସିଂ କରିବାକୁ ଅଫର୍ ଦେଇଥିଲେ। କିନ୍ତୁ ସେ ତାଙ୍କର ଏହି ଅଫରରେ ରାଜି ହୋଇନଥିଲେ। ତେବେ ଆଇସିସି ନିୟମ ଅନୁସାରେ ସାକିବଙ୍କୁ ଏହି କଥା ଆଇସିସିକୁ ଜଣାଇବାର ଥିଲା। ହେଲେ ସେ ଜଣାଇ ନଥିଲେ। ତେବେ ବର୍ତ୍ତମାନ ଆଇସିସି ତାଙ୍କୁ ୨ବର୍ଷ ପାଇଁ ବ୍ୟାନ କରିଛି। ଆସନ୍ତା ବର୍ଷ ହେବାକୁ ଥିବା ଆଇପିଏଲ ଓ ଟି-୨୦ ବିଶ୍ଵକପରୁ ମଧ୍ୟ ସେ ବାଦ ପଡ଼ିଛନ୍ତି।

Launching Ceremony of “AYUSHMAN BHARAT

Comments are closed.